www.samajalive.in
Sunday, December 7, 2025
16.1 C
Bhubaneswar

ଦକ୍ଷିଣ ଆଫ୍ରିକାର ଲେଖକ ଡାମନଙ୍କୁ ବୁକର ପୁରସ୍କାର

ଡରବାନ: ଦକ୍ଷିଣ ଆଫ୍ରିକାର ଲେଖକ ଡାମନ ଗାଲଗଟଙ୍କ ଲିଖିତ ଉପନ୍ୟାସ ‘ଦି ପ୍ରମିଜ’କୁ ବୁକର ପୁରସ୍କାର ପ୍ରଦାନ କରାଯାଇଛି । ଏହାର ପ୍ରତିକ୍ରିୟାରେ ଡାମନ କହିଛନ୍ତି, ତାଙ୍କର ଏହି ଉପନ୍ୟାସ ବହୁଳ ଆଦୃତ ଓ ଚର୍ଚ୍ଚିତ ହୋଇଛି, ଯେଉଁଥିରେ ସମୟ ଅତିବାହିତ ହେବା ସହିତ ତାହା କିଭଳି ଏକ ପରିବାର, ଏକ ରାଷ୍ଟ୍ର, ଏହାର ରାଜନୀତି ଏବଂ ନ୍ୟାୟ ସମ୍ପର୍କିତ ଧରଣା ଉପରେ କିଭଳି ପ୍ରଭାବ ପଡୁଛି, ତାହା ଦର୍ଶାଯାଇଛି । ତାହାସହିତ ଏହି ଉପନ୍ୟାସନରେ ମୃତ୍ୟୁ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରାଯାଇଛି । ଜାକବ ଜୁମାଙ୍କ ରାଷ୍ଟ୍ରପତିତ୍ୱ କାଳରେ ତାଙ୍କ ନିଜ ଦେଶରେ ବର୍ଣ୍ଣବୈଷମ୍ୟବାଦ ସ୍ଥିତି ପୃଷ୍ଠଭୂମିରେ ଏହି ଉପନ୍ୟାନ ରଚନା କରାଯାଇଛି । ‘ଦି ପ୍ରମିଜ’ରେ ଏକ ଶ୍ୱେତାଙ୍ଗ ପରିବାର କଥା ବର୍ଣ୍ଣନା କରାଯାଇଛି, ଯିଏ ପ୍ରିଟୋରିଆ ବାହାରେ ଏକ କୃଷି କ୍ଷେତକୁ ନେଇ ବାସ କରୁଛନ୍ତି ।
ଦକ୍ଷିଣ ଆଫ୍ରିକାର ନାଟ୍ୟକାର ଏବଂ ଉପନ୍ୟାସକାର ଡାମନ ଗାଲଗଟ ଏଥିରେ ଏକ ରାଷ୍ଟ୍ର ଗଣତାନ୍ତ୍ରିକ ବ୍ୟବସ୍ଥା ଆଡକୁ ଅଗ୍ରସର ହେଉଥିବାବେଳେ ସଂପୃକ୍ତ ପରିବାର କିଭଳି ଏଥିରୁ ବିଚ୍ଛିନ୍ନ ହୋଇ ହୋଇ ଯାଉଛି ତାହା ଦର୍ଶାଇଛନ୍ତି । ଦୀର୍ଘ ଦଶନ୍ଧିର ବିଷୟବସ୍ତୁକୁ ଏଥିରେ ସ୍ଥାନ ଦିଆଯାଇଛି । ସୂଚନାଯୋଗ୍ୟ ଯେ ଡାମନଙ୍କୁ ୧୭ ବର୍ଷ ବୟସ ହୋଇଥିବାବେଳେ ସେ ତାଙ୍କର ପ୍ରଥମ ଉପନ୍ୟାସ ରଚନା କରିଥିଲେ । ସଂପ୍ରତି ତାଙ୍କୁ ୫୭ ବର୍ଷ । ବୁକର ପୁରସ୍କାର ବିଜୟୀ ହେବା ପରେ ଡାମନ ତାହାକୁ ନିଜ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ମଧ୍ୟ ଆଫ୍ରିକୀୟ ଲେଖକ ଜାଞ୍ଜିବାର ଜନ୍ମିତ ଅବଦୁଲ ରଜାକ ଗୁରନାହଙ୍କୁ ପ୍ରଦାନ କରାଯାଇଛି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories