www.samajalive.in
Wednesday, December 10, 2025
18.1 C
Bhubaneswar

ଲୋକଙ୍କ ପାଇଁ ଦୀପ ତିଆରି କରୁଥିବା ପରିବାର ଏବେ ଅନ୍ଧାରରେ 

କଲମପୁର : ଆସନ୍ତାକାଲି ଅର୍ଥାତ ଗୁରୁବାର ପାଳନ ହେବ ଆଲୋକର ପର୍ବ ଦୀପାବଳୀ। ଯାହାକୁ ନେଇ ଚଳଚଞ୍ଚଳ ଗାଁଠୁ ସହର। ଜୋରଦାର ମାଟି ଦୀପ ତିଆରି କରିଛନ୍ତି କୁମ୍ଭାର ଶ୍ରେଣୀର ଲୋକେ। ତେବେ ମାଟି ଦୀପର ଚାହିଦା କମିଥିବାରୁ ବ୍ୟବସାୟ ମାନ୍ଦା ପଡିଥିବା ଦେଖିବାକୁ ମିଳିଛି । କିଏ ଦୀପାଳି ତିଆରି କରୁଛି ତ, କିଏ ବିକ୍ରି ଆରମ୍ଭ କରିଛି । ଛୋଟରୁ ବଡ଼ ସମସ୍ତ ପ୍ରକାର ଦୀପାଳି ମାଟିରେ ପ୍ରସ୍ତୁତ କରି ଖରାରେ ଶୁଖାଯାଇଛି । ଏ ଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲା କଲମପୁରର । ଏଠାରେ କୁମ୍ଭାର ପରିବାର ବସବାସ କରୁଛନ୍ତି। ଏମାନେ କାହିଁ କେତେ ବର୍ଷରୁ ମାଟିରେ ତିଆରି ବିଭିନ୍ନ ସାମଗ୍ରୀ ତିଆରି କରି ବିକ୍ରି କରିଆସୁଛନ୍ତି । ସେଥିରେ ଯାହା ରୋଜଗାର ହୁଏ ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ ଏବେ ଆଧୁନିକ ଯୁଗରେ ମାଟି ସାମଗ୍ରୀର ଚାହିଦା କମିଥିବାରୁ ଅନେକ ପରିବାର ନିଜ କୂଳ ବେଉସା ଛାଡ଼ି ଅନ୍ୟ ପନ୍ଥା ଆପଣେଇଲେଣି । ଗ୍ରାମର ବୟସ୍କ ଲୋକେ ମାଟି କାମ ପ୍ରତି ଆଗ୍ରହୀ ଥିବା ବେଳେ ,ପିଲାମାନେ କାମ କରିବାକୁ ଆଗ୍ରହ ଦେଖାଉନାହାନ୍ତି। ପ୍ରଥମେ ଜମିରୁ ମାଟି ସଂଗ୍ରହ କରି ତାକୁ ଚକଟିବା ପରେ ସେହି ମାଟିକୁ ଭିନ୍ନ ଭିନ୍ନ ରୂପ ଦେଇ ସେଥିରୁ ସରା, କଳସ, କୁମ୍ଭ, ହାଣ୍ଡି, ରୁଖା, ଦୀପାଳି ଭଳି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଖରାରେ ଶୁଖାଇଥାନ୍ତି । ପରେ ତାହାକୁ ନିଆଁରେ ତିନିଦିନ ଯାଏଁ ପୋଡ଼ିବା ପରେ ବିକ୍ରି କରିବାକୁ ବଜାରକୁ ନେଇଥାନ୍ତି । କିନ୍ତୁ ବଜାରରେ ଆଗ ଭଳି ମାଟି ତିଆରି ସାମଗ୍ରୀର ଚାହିଦା ନଥିବାରୁ ବ୍ୟବସାୟ ମାନ୍ଦା ପଡିଥିବା କାରିଗରମାନେ କହିଛନ୍ତି ।
ମାଟି ତିଆରି ଉପକରଣ ପାଇଁ ଆବଶ୍ୟକ ପଡୁଥିବା କଞ୍ଚାମାଲ ଏବେ ମିଳିବା କଷ୍ଟକର ହୋଇପଡୁଛି। ପାଳ, କାଠ ଓ ମାଟିର ଦର ବଢ଼ୁଥିବାରୁ ପରିଶ୍ରମ ତୁଳନାରେ କମ୍ ଲାଭ ମିଳୁଛି । ସେଥିଲାଗି ଅନେକ ପରିବାର କୂଳ ବେଉସାକୁ ଛାଡି ବାହାର ରାଜ୍ୟକୁ କାମ କରିବାକୁ ଚାଲି ଯାଉଛନ୍ତି । ମାଟି ଦୀପ ତୁଳନାରେ ଏବେ ଚୀନ ପ୍ରସ୍ତୁତ ଲି ପ୍ଲାଷ୍ଟିକ ଦୀପର ଚାହିଦା ବଜାରରେ ଅଧିକ ରହୁଥିବାରୁ ମାଟି ଦୀପର ବିକ୍ରି ମାନ୍ଦା ପଡିବାରେ ଲାଗିଛି । ପୂର୍ବରୁ ଏଠାରୁ ବିଭିନ୍ନ ଅଞ୍ଚଳକୁ ମାଟି ସାମଗ୍ରୀ ବିକ୍ରି ପାଇଁ ଯାଉଥିଲା କିନ୍ତୁ ଏବେ ସେହି ବ୍ୟବସାୟ ନାହିଁ । ଲୋକଙ୍କ ଚାହିଦା ଓ ସରକାରୀ ପ୍ରୋତ୍ସାହନ ନଥିବାରୁ ଧୀରେ ଧୀରେ ଏହି ବ୍ୟବସାୟ କମି ଯିବ ବୋଲି କହିଛନ୍ତି କୁମ୍ଭକାର । ଯଦି ସରକାରଙ୍କ ତରଫରୁ କିଛି ସାହାଯ୍ୟ ମିଳନ୍ତା ତେବେ ଏହି ବ୍ୟବସାୟ ଆଗକୁ ବଞ୍ଚି ରହିବ ବୋଲି କହିଛନ୍ତି ମାଟି କାରିଗର ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories