ଶାହାଙ୍କ ନେତୃତ୍ବରେ ବିଜେପି ଲଢିବ ଆଗାମୀ ନିର୍ବାଚନ

0

ନୂଆଦିଲ୍ଲୀ : ଅମିତ ଶାହାଙ୍କ ନେତୃତ୍ବରେ ବିଜେପି ଆଗାମୀ ବିଧାନସଭା ଓ ୨୦୧୯ ସାଧାରଣ ନିର୍ବାଚନ ଲଢିବ। ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଥିବା ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀ ଶାହାଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି। ତାଙ୍କ କାର୍ୟ୍ୟକାଳ ଶେଷ‌ ହେବାକୁ ଯାଉଥିଲେ ମଧ୍ୟ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସାଂଗଠନିକ ନିର୍ବାଚନ ବନ୍ଦ ରଖିବା ପାଇଁ ସ୍ଥିର ହୋଇଛି।
ଡିସେମ୍ବରରେ କେତେକ ରାଜ୍ୟରେ ହେବାକୁ ଥିବା ବିଧାନସଭା ଓ ୨୦୧୯ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ନେଇ ଶନିବାର ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ବୈଠକ୍‍ ନୂଅଦିଲ୍ଲୀଠାରେ ଆରମ୍ଭ ହୋଇଛି। ଏହି ବୈଠକର ବିଧାନସଭା ନିର୍ବାଚନ ପାଇଁ ବିଜେପିର କାର୍ୟ୍ୟ ତାଲିକା ଓ ଋଣନୀତି ପ୍ରସ୍ତୁତ କରାଯିବ। ସବର୍ଣ୍ଣ ବନାମ ଦଳିତ ମାମଲାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିବା ବିଜେପି ଦୁଇ ବର୍ଗଠାରୁ ସମାନ୍ତରାଳ ଦୂରତା ରକ୍ଷାକରି ଋଣନୀତି ପ୍ରସ୍ତୁତ କରିବ ବୋଲି ଆଲୋଚନା ହେଉଛି। ତେବେ ଦଳିତଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ବୈଠକ ପ୍ରଥମ ଥର ଦିଲ୍ଲୀର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରଠରେ ଆୟୋଜିତ ହୋଇଛି। ସେହିପରି ସବର୍ଣ୍ଣଙ୍କ ପାଇଁ ବିଜେପି ଏହି ବୈଠକକୁ ଦିବଂଗତ ବିଜେପି ନେତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସମର୍ପିତ କରିଛି। ଏହି ବୈଠକରେ ଦଳ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲଙ୍ଗାନା ଏବଂ ମିଜୋରମ ବିଧାନସଭା ନିର୍ବାଚନ ପାଇଁ ଋଣନୀତି ପ୍ରସ୍ତୁତ କରିବ। ଏହି ବୈଠକର ବିଷୟବସ୍ତୁ ରହିଛି ‘ସର୍ବଦା ଅଟଳ’। ଏହି ବୈଠକରେ ସହରୀ ମାଓବାଦୀଙ୍କ ଗିରଫଦାରୀ ଓ ଏହାର ପରିଣାମ ନେଇ ମଧ୍ୟ ଆଲୋଚନା ହେବ ବୋଲି ସୂଚନା ମିଳିଛି।

Leave A Reply