www.samajalive.in
Monday, December 8, 2025
24.1 C
Bhubaneswar

ଅସୁରକ୍ଷିତ ଘୋଷିତ ଶ୍ରୀମନ୍ଦିର କାର୍ଯ୍ୟାଳୟର ପୁରୁଣା କୋଠା ଭଙ୍ଗା କାର୍ଯ୍ୟ ଆରମ୍ଭ

ପୁରୀ: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ପୁରୁଣା କୋଠା ଅସୁରକ୍ଷିତ ଘୋଷଣା ପରେ ଆଜି ଏହାର ଭଙ୍ଗା କାମ ଆରମ୍ଭ ହୋଇଛି। ରବିବାର ପାଇଁ ଶ୍ରୀମନ୍ଦିରରେ ଭକ୍ତ ଦର୍ଶନ ବନ୍ଦ ରହିଛି। ସୁରକ୍ଷା ପାଇଁ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ଜଗି ରହିଛନ୍ତି।

ଉପଜିଲ୍ଲାପାଳ ଭବତାରଣ ସାହୁ ଘଟଣାସ୍ଥଳରେ ଉପସ୍ଥିତ ରହି ଏହାର ତଦାରଖ କରୁଛନ୍ତି। ଶ୍ରୀମନ୍ଦିର ଚୌହଦିର ୭୫ ମିଟର ପର୍ଯ୍ୟନ୍ତ ସବୁ କୋଠା ପ୍ରାୟ ଭଙ୍ଗା ହୋଇଗଲାଣି। ପରିକ୍ରମା ମାର୍ଗ ସୌନ୍ଦର୍ଯ୍ୟକରଣ ପାଇଁ ଉତ୍ସବ ସହ ମୁଖ୍ୟମନ୍ତ୍ରୀ କାର୍ଯ୍ୟର ଶୁଭାରମ୍ଭ କରିବେ। ଐଶାନ କୋଣ ଦୋଳବେଦୀଠାରେ ଏହାର ଶୁଭ ଦିଆଯିବ। ମାମଲା ଯୋଗୁଁ ଜଣେ ବ୍ୟକ୍ତିଙ୍କ ପାଚେରୀ ବଡଦାଣ୍ଡ ଦୋଳବେଦୀ ସଂଲଗ୍ନରୁ ଭଙ୍ଗା ଯାଇପାରିନାହିଁ। ମେଘନାଦ ପାଚେରୀଠାରୁ ୧୦୦ ମିଟର ପରିଧିରେ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ଏଏସଆଇ ତାଗିଦ୍‍ କରିଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories