www.samajalive.in
Wednesday, December 10, 2025
26.1 C
Bhubaneswar

ରାଜ୍ୟ ଟେବୁଲଟେନିସ ପ୍ରତିଯୋଗିତା ଉଦ୍‌ଘାଟିତ : ଭାଗନେଲେ ୨୫୦ ପ୍ରତିଯୋଗୀ

କଟକ : ଓଡ଼ିଶା ରାଜ୍ୟ ଟେବୁଲଟେନିସ ଆସୋସିଏସନ ଆନୁକୂଲ୍ୟରେ କଟକର ଜବାହାରଲାଲ ନେହରୁ ଇନ୍‌ଡୋର ଷ୍ଟାଡ଼ିୟମରେ ୨୭ତମ ରାଜ୍ୟ ଟେବୁଲଟେନିସ ଚମ୍ପିଆନସିପ୍‌ ଆରମ୍ଭ ହୋଇଛି। ଶୁକ୍ରବାର ପ୍ରଥମ ଦିବସରେ ୧୭ ବର୍ଷରୁ କମ୍‌ ବାଳିକା ଫାଇନାଲ​ରେ ଗୁରୁ ନାନକ ପବ୍ଳିକ ସ୍କୁଲର ଶ୍ବେତ ପଦ୍ମା ଦଳାଇ ଓ ଖୋର୍ଦ୍ଧାର ସୁଶ୍ରୀ ପଟ୍ଟନାୟକ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ଶ୍ବେତ ପଦ୍ମା (୪-୦)୧୧-୩, ୧୧-୨, ୧୨-୫ ଓ ୧୧-୪ରେ ଭୁବନେଶ୍ବରର ଏମ.ବି .ବି ପଣ୍ଡାଙ୍କୁ ଓ ସୁଶ୍ରୀ (୪-୦) ୧୧-୭, ୧୧-୬, ୧୧-୨ ଓ ୧୧-୭ରେ ବୈଶାଖୀ ବଳଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି।

- Advertisement -

୧୧ ବର୍ଷରୁ କମ୍‌ ବାଳକ ଫାଇନାଲରେ କଟକର ଶୁଭଙ୍କର ମହାଳି ଓ ଆରୁଷ ମାନିଆ ପହଞ୍ଚିଛନ୍ତି। ସେମିଫାଇନାଲରେ ଶୁଭଙ୍କର (୩-୦) ୧୧-୬, ୧୧-୬ ଓ ୧୧-୫ରେ ପୁରୀର ଜିଜ୍ଞାଶୁ ପ୍ରଧାନଙ୍କୁ ଓ ଆରୁଷ (୩-୨) ୯-୧୧, ୧୧-୯, ୧୧-୫ ଓ ୧୧-୪ରେ ଜାଏଦ୍‌ ଖାନଙ୍କୁ ପରାସ୍ତ କରିଥିଲେ। ପ୍ରତିଯୋଗିତାରେ ୧୮ଟି ଜିଲା ଓ ପ୍ରତିଷ୍ଠାନରୁ ମୋଟ ୨୫୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତାକୁ ଓଡ଼ିଶା ରାଜ୍ୟ ଟେବୁଲଟେନିସ ଆସୋସିଏସନ ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନର ଉପ ସଭାପତି ଚିତ୍ତରଞ୍ଜନ ମହାନ୍ତି, ଯୁଗ୍ମ ସମ୍ପାଦକ ଜୟଦିତ୍‌ ଦେବତା, କୋଷାଧ୍ୟକ୍ଷ ନିହାର ରଞ୍ଜନ ମିଶ୍ର ଉପସ୍ଥିତ ଥିଲେ। ଆର. କ୍ରିଷ୍ଣା କୁମାର (ବ୍ଳୁ ବ୍ରିଗେଡ୍‌ ଆଇ.ୟୁ) ମୁଖ୍ୟ ରେଫରୀ ଭାବେ ପ୍ରତିଯୋଗିତା ପରିଚାଳନା କରୁଛନ୍ତି। ପ୍ରତିଯୋଗିତା ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବ।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories