www.samajalive.in
Wednesday, December 10, 2025
18.1 C
Bhubaneswar

ବ୍ଲକସ୍ତରୀୟ ମେଗା ସମନ୍ନୟ ମେଳା ଅନୁଷ୍ଠିତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟ ପରିଷରରେ ଆଜି ବ୍ଲକ ସ୍ତରୀୟ ମେଗା ସମନ୍ଵୟ ମେଳା ଅନୁଷ୍ଟିତ ହୋଇଯାଇଛି। ଏହି ମେଳାରେ ମୁଖ୍ୟଅତିଥି ଅନୁସୂଚିତ ଜାତି ଜନଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ନାନୀତ ଅତିଥି ଉପଦେଷ୍ଟା ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓଡିଶାର ସୁଧିର କୁମାର ଦାସ, ସ୍ଥାନୀୟ ବିଡିଓ ସୁଧାକର ରଇତ, ଏବିଡିଓ ବଳରାମ ପାତ୍ର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ସିଡିପିଓ ସଞ୍ଜୁରାଣୀ ମିଶ୍ର, ଶାଖା ପରିଚାଳକ ବିଜୟ କୁମାର ବିରହିତ, ମିନି ବ୍ୟାଙ୍କ ପରିଚାଳକ ସିହେଚ କୋଟେଶ୍ବର ରାଓ, ଏସଏଚଜି ବ୍ଲକ ମହାସଂଘର ସଭାପତି ସରିତା ପଟ୍ଟନାୟକ ଓ ସୁମିତ୍ରା ବିବର ମଞ୍ଚାସିନ ଥିଲେ।

ଏହି ମେଳାରେ ୧୪୨ଟି ଗୋଷ୍ଠୀର ସଦସ୍ୟ ଉପସ୍ଥିତ ଥିବା ବେଳେ ୩୧୨ ସଦସ୍ୟଙ୍କୁ ଏକ କୋଟି ୧୨ ଲକ୍ଷ ୨୦ ହଜାର ଟଙ୍କା ଋଣ ସ୍ୱରୂପ ଚେକ ପ୍ରଦାନ କରାଯାଇଥିବା ବେଳେ ମଧୁବାବୁ ପେନସନ ୨୫ ଜଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।ଏଫଆରଏ ଅଧିନରେ ଜଣେ ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି। ଏହି ମେଳାକୁ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର (ବିପିଏମ ଓ ଏଲଏମ) କଳ୍ପତରୁ ବେହେରା ସଭା ପରିଚାଳନା କରିଥିବା ବେଳେ ବିପିସି ମିଶନ ଶକ୍ତିର ପ୍ରିୟଙ୍କା ପ୍ରିୟଦର୍ଶିନୀ ପୂଳିଆ, ବିଏସି ଓ ଏଲଏମର ଜିତେନ୍ଦ୍ର କାର୍ଜି, ବିପିଏ ମିଶନ ଶକ୍ତିର ପ୍ରକାଶ ବିଡିକା ଏବଂ ଓ କୃଷିମିତ୍ର, ପ୍ରାଣୀମିତ୍ର ଉପସ୍ଥିତ ଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories