www.samajalive.in
Monday, December 8, 2025
24.1 C
Bhubaneswar

ତୁଷୁରାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କଲେ ପୂର୍ବତନ ସାଂସଦ କଲିକେଶ ସିଂଦେଓ

ଗୁଡ଼ଭେଲା: ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକର ତୁଷୁରାକୁ ଆଜି ପୂର୍ବତନ ସାଂସଦ କଲିକେଶ ସିଂ ଦେଓ ଆସି ପ୍ରଥମେ ବଲାଙ୍ଗୀରର ସର୍ବପୁରାତନ ମହିପୁର ଆଦିବାସୀ ଆଶ୍ରମ ସ୍କୁଲ୍ ପରିଦର୍ଶନ କରିଥିଲେ। ସ୍କୁଲର ଭଲମନ୍ଦ ବୁଝିଥିଲେ। ସ୍କୁଲରେ ୨୧୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଥିଲେ ମଧ୍ୟ ହାଇସ୍କୁଲର ସୁବିଧା ନ ଥିବାରୁ ଛାତ୍ରଛାତ୍ରୀମାନେ ଅଷ୍ଟମ ପରେ ଆଶ୍ରମ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ସେଥିପାଇଁ ଏହି ଆଶ୍ରମରେ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ଖୋଲିବାକୁ ସ୍କୁଲ କମିଟି ପୂର୍ବତନ ସାଂସଦଙ୍କୁ ଲିଖିତ ଭାବେ ଜଣାଇ ସରକାରଙ୍କଠାରେ ଉପସ୍ଥାପନ କରିବାକୁ ଅନୁରୋଧ କରିଥିଲେ। ତାପରେ କଲିକେଶ ସିଂ ଦେଓ ୧୦୦ ବର୍ଷରେ ପାଦ ଥାପି ଥିବା ତୁଷୁରା ହସ୍ପିଟାଲକୁ ପରିଦର୍ଶନ କରିଥିଲେ। ଏହି ହସ୍ପିଟାଲ ଉପରେ ବୋଉଦ, ସୋନପୁର, କଲାହାଣ୍ଡି, ବଲାଙ୍ଗୀର ଜିଲ୍ଲାର ବାସିନ୍ଦାର ରୋଗୀମାନେ ନିର୍ଭର କରୁଥିବାରୁ ସବୁବେଳେ ରୋଗୀଙ୍କ ଭିଡ ଲାଗି ରହିଥାଏ। ତୁରେକେଲାରୁ ଡେପୁଟେସନରେ ଆସିଥିବା ଡଃ ବରାଳଙ୍କ ସହିତ ହସ୍ପିଟାଲ ବିଷୟରେ ଆଲୋଚନା କରିଥିଲେ ଓ ଆଉ ଜଣେ ଡାକ୍ତର ଅନୁପସ୍ଥିତ ଥିବାରୁ ତାଙ୍କ ବିଷୟରେ ସିଡିଏମଓଙ୍କୁ ପଚାରି ବୁଝିଥିଲେ। ୧୦୦ ବର୍ଷରେ ପାଦ ଥାପିଥିଲେ ମଧ୍ୟ ତୁଷୁରା ହସ୍ପିଟାଲରେ ସଠିକ୍‌ ଭାବେ ରୋଗୀମାନେ ଚିକିତ୍ସିତ ହୋଇପାରୁ ନ ଥିବାରୁ ଅଞ୍ଚଳବାସୀ ଓ ସାମାଜିକ କର୍ମୀମାନେ ଅନେକ ସମୟରେ ଧାରଣା ଦେବା ସହିତ ୩୫ କିଲୋମିଟର ପଦ ଯାତ୍ରା କରି ଜିଲାପାଳଙ୍କୁ ହସ୍ପିଟାଲର ଉନ୍ନତି ପାଇଁ ଜଣାଇଛନ୍ତି। ସେ ବିଷୟରେ ଶ୍ରୀ ସିଂ ଦେଓ ଅତିଶୀଘ୍ର ତୁଷୁରା ହସ୍ପିଟାଲକୁ ଅପଗ୍ରେଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ଜଣାଇଥିଲେ। ତୁଷୁରା ଏଆର ଷ୍ଟ୍ରିପକୁ ଯାଇ ବିଭିନ୍ନ ଉନ୍ନୟନ କାର୍ୟ୍ୟକ୍ରମକୁ ଅନୁଧ୍ୟାନ କରିଥିଲେ।

ସୂଚନାଯୋଗ୍ୟ, ତୁଷୁରାରେ ପ୍ରଥମ ଥର ତୋଷାଳୀ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଥିବାରୁ ସଫଳ ଭାବରେ କିପରି ଅନୁଷ୍ଠିତ ହେବ ସେ ବିଷୟରେ ଆଲୋଚନା କରି ତାଙ୍କର ମାରାଥନ୍ ଗସ୍ତ ଶେଷ କରିଥିଲେ।

Hot this week

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

Related Articles

Popular Categories