www.samajalive.in
Monday, December 8, 2025
13.1 C
Bhubaneswar

ଆତଙ୍କବାଦର ମୂଳୋତ୍ପାଟନ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ – ଶାହା

ସରକାର ଜାମ୍ମୁ କାଶ୍ମୀରରୁ ଆତଙ୍କବାଦର ମୂଳୋତ୍ପାଟନ କରିବାକୁ ପ୍ରତିଶ୍ରୁତିବଦ୍ଧ ଓ ସେଠାରେ ଯେପରି କୌଣସି ସାଧାରଣ ଲୋକ ଆତଙ୍କବାଦର ଶିକାର ନ ହୁଅନ୍ତି, ତାହା ସରକାର ନିଶ୍ଚିତ କରିବେ ବୋଲି ସ୍ଵରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ସମଗ୍ର ଜାମ୍ମୁ କାଶ୍ମୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ। ୩ ଦିନ ଧରି ଜାମ୍ମୁ କାଶ୍ମୀର ଗସ୍ତରେ ଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ସକାଳେ ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କ ଗସ୍ତର ଶେଷ ଦିନରେ ଗତକାଲି ସେ ପୁଲୱାମାର ଲେଥପୋରା ଠାରେ ସିଆରପିଏଫ କ୍ୟାମ୍ପସରେ ରାତ୍ରି ଯାପନ କରିଥିଲେ। ୨୦୧୯ ମସିହାରେ ସେଠାରେ ପାକିସ୍ତାନ ଆତଙ୍କବାଦୀମାନେ ସିଆରପିଏଫ ଗାଡ଼ିଗୁଡ଼ିକ ଉପରେ ଆକ୍ରମଣ କରିଥିଲେ ଓ ଏଥିରେ ୪୦ଜଣ ଯବାନ ଶହୀଦ ହୋଇଥିଲେ। ଜାମ୍ମୁ କାଶ୍ମୀର ଗସ୍ତ ଅବସରରେ ଶ୍ରୀ ଶାହା ସୈନିକ ସମ୍ମେଳନରେ ଯୋଗଦେବା ସହ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସିଆରପିଏଫ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସେ ଯବାନମାନଙ୍କୁ କହିଥିଲେ, ସେମାନଙ୍କ ସହ ପୁଲୱାମା କ୍ୟାମ୍ପସରେ ରାତ୍ରି ଯାପନ କରିବା ତାଙ୍କ ପାଇଁ ଏକ ଗୌରବର ବିଷୟ। ସେ କହିଥିଲେ, କାଶ୍ମୀରରେ ବିକାଶର ଏକ ନୂଆ ଯୁଗ ଆରମ୍ଭ ହୋଇଛି ଯାହାର ସୁଫଳ ପୁଲୱାମାରେ ଦେଖିବାକୁ ମିଳିଛି। ସେଠାରେ ୨ ହଜାର କୋଟି ଟଙ୍କା ବ୍ୟୟରେ ଏକ ମେଡ଼ିକାଲ କଲେଜ ନିର୍ମାଣ ହେବାକୁ ଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଗତ ସନ୍ଧ୍ୟାରେ ଶ୍ରୀନଗର ଡାଲ୍‍ ହ୍ରଦ ଠାରେ ଶିକାର ଉତ୍ସବ ଦେଖିଥିଲେ। ସେ ଗନ୍ଦରବଲ୍‍ ଜିଲ୍ଲାର କ୍ଷୀର ଭବାନୀ ମନ୍ଦିରରେ ରାଗୀନା ଦେବୀଙ୍କର ପୂଜାର୍ଚ୍ଚନା କରିଥିଲେ। ତାଙ୍କ ସହ ଉପରାଜ୍ୟପାଳ ମନୋଜ ସିହ୍ନା ଓ ଜାମ୍ମୁ କାଶ୍ମୀର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସେ ମଧ୍ୟ ଶେରେ କାଶ୍ମୀର ଆନ୍ତର୍ଜାତିକ ସମ୍ମିଳନୀ କେନ୍ଦ୍ରଠାରେ ଏକ ଜନସଭାରେ ଉଦବୋଧନ ଦେଇଥିଲେ। ସେହି ଜନସଭାରେ ଶ୍ରୀ ଶାହା ପାକିସ୍ତାନ ସହ କଥାବାର୍ତ୍ତା କରିବା ପାଇଁ ଫାରୁକ୍‍ ଅବଦୁଲ୍ଲା ପ୍ରସ୍ତାବ ଦେଇଥିବାରୁ, ସେ ତାଙ୍କର ସମାଲୋଚନା କରିଥିଲେ। ସେ କହିଥିଲେ ସରକାର ପାକିସ୍ତାନ ସହ କଥାବାର୍ତ୍ତା କରିବା ଅପେକ୍ଷା ଜାମ୍ମୁ କାଶ୍ମୀରର ଯୁବପିଢ଼ି ଓ ଜନସାଧାରଣଙ୍କ ସହ କଥାବାର୍ତ୍ତା କରିବାକୁ ପସନ୍ଦ କରନ୍ତି। ଏହା ଦ୍ୱାରା ସମଗ୍ର ଅଞ୍ଚଳର ବିକାଶ ହୋଇପାରିବ।

- Advertisement -

ସ୍ୱରାଷ୍ଟ୍ରମନ୍ତ୍ରୀ ସେଠାରେ ୫୦୦ଶଯ୍ୟା ବିଶିଷ୍ଟ ବେମିନା ହସ୍ପିଟାଲକୁ ଉଦ୍‍ଘାଟନ କରିଥିଲେ। ସେହି ହସ୍ପିଟାଲ ୧୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ସେ ହଣ୍ଡୱାରା ମେଡ଼ିକାଲ କଲେଜ ଓ ସଡ଼କ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେଗୁଡ଼ିକ ବାବଦରେ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories