www.samajalive.in
Wednesday, December 10, 2025
18.1 C
Bhubaneswar

ଆଫଗାନିସ୍ତାନକୁ ଚକିତ କରିବା ଲକ୍ଷ୍ୟରେ ସ୍କଟ୍‌ଲାଣ୍ଡ

ସାରଜା : ୟୁଏଇରେ ଚାଲିଥିବା ଟ୍ବେଣ୍ଟି-୨୦ ବିଶ୍ବକପ ସପ୍ତମ ସଂସ୍କରଣର ସୋମବାର ଗ୍ରୁପ-ବି ର ଦ୍ବିତୀୟ ଲିଗ୍‌ ମ୍ୟାଚରେ ଆଫଗାନିସ୍ତାନ ଓ ସ୍କଟଲାଣ୍ଡ ସାରଜାରେ ମୁହାଁମୁହିଁ ହେବେ। ବିଶ୍ବ କ୍ରିକେଟର ଦୁଇ ଅନଭିଜ୍ଞ ଦଳ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ ଅନ୍ୟତମ ଆକର୍ଷଣ ପାଲଟିଛିିି। ମହମ୍ମଦ ନବୀଙ୍କ ନେତୃତ୍ବାଧିନ ଆଫଗାନିସ୍ତାନ ସିଧାସଳଖ ସୁପର-୧୨ ଖେଳିବାକୁ ଯୋଗ୍ୟତା ହାସଲ କରିଥିବାବେଳେ ସ୍କଟଲାଣ୍ଡ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ମୁଖ୍ୟ ଲଢେଇରେ ପହଞ୍ଚିଛି। ଅଗଷ୍ଟରେ ଦେଶରେ ତାଲିବାନ ଶାସନ ଫେରିବା ପରେ ଆଫଗାନିସ୍ତାନ ଖେଳାଳିମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନେଇ ଆଶଙ୍କା ରହିଥିଲେ ମଧ୍ୟ ଶେଷରେ ଦଳ ଟ୍ବେଣ୍ଟି୨୦ ବିଶ୍ବକପରେ ଅଂଶଗ୍ରହଣ କରିବାକୁ ୟୁଏଇରେ ପାଦ ଥାପିଛି। ଦଳରେ ଦୁଇ ବିଶ୍ବସ୍ତରୀୟ କ୍ରିକେଟର ଷ୍ଟାର ସ୍ପିନର ରସିଦ୍‌ ଖାନ ଓ ଅଭିଜ୍ଞ ଅଲ୍‌ରାଉଣ୍ଡର ମହମ୍ମଦ ନବି ଭଳି ଖେଳାଳି ରହିଛନ୍ତି। ଦଳ ଅଭ୍ୟାସ ମ୍ୟାଚରେ ଦକ୍ଷିଣଆଫ୍ରିକା ନିକଟରୁ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଥିଲା। ବ୍ୟାଟିଂରେ ଅଧିନାୟକ ନବିଙ୍କ ସମେତ ଦୁଇ ଓପନର ହାଜରୁତୁଲ୍ଲା ଜାଜାଇ ,ମହମ୍ମଦ ସାହାଜାଦ୍‌ ଓ ନାବିବୁଲ୍ଲା ଜାର୍ଡାନଙ୍କ ଉପରେ ନିର୍ଭର କରୁଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ଆଫଗାନିସ୍ତାନ ଭଲ ଦଳ ରହିଛି। ବୋଲିଂରେ ରସିଦ୍‌ ଖାନ ,ନବି ଓ ମୁଜିବ ଜାର୍ଡାନ ପ୍ରମୁଖ ଭୂମିକା ତୁଲାଇବେ। ରସିଦ ଓ ନବି ୟୁଏଇରେ ଆଇପିଏଲ ଖେଳିବାର ଅଭିଜ୍ଞତା ହାସଲ କରିଛନ୍ତି। ଅନ୍ୟପକ୍ଷରେ କାଏଲ କୋଟ୍‌ଜରଙ୍କ ନେତୃତ୍ବାଧିନ ସ୍କଟଲାଣ୍ଡ ଯୋଗ୍ୟତା ପର୍ୟ୍ୟାୟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ସୁପର-୧୨ରେ ପହଞ୍ଚିଛି। ଦଳ ଯୋଗ୍ୟତାପର୍ୟ୍ୟାୟରେ ବାଂଲାଦେଶକୁ ୬ରନରେ, ପପୁଆ ନ୍ୟୁ ଗିନିକୁ ୧୭ରନ​‌େ​‌ର ଓ ଓମାନକୁ ୮ ୱିକେଟରେ ପରାସ୍ତ କରି ଗ୍ରୁପ ବିଜେତା ହୋଇଥିଲା। ଓପନର ଜର୍ଜେରୀ ମୁନ୍‌ସି ୨୦ ,ଅଧିନାୟକ କାଏଲ କୋଟ୍‌ଜର ୪୧, , କଲୁମ ମ୍ୟାକଲଏଡ୍‌, ମାଥ୍ୟୁ କ୍ରସ ୨୬, ରିଚିଲ ବେରିଙ୍ଗଟନ ପ୍ରମୁଖ ଭଲ ଫର୍ମରେ ରହିଛନ୍ତି। ବୋଲିଂରେ ଜୋସ ଡାଭେ, ସାଫ୍ରିଆନ ସରିଫ, ମିଚେଲ ଲିସ୍କ ପ୍ରମୁଖ ଭଲ ପ୍ରଦର୍ଶନ କରୁଛନ୍ତି। ୨୦୧୭ରୁ ଆଇସିସି ୧୨ ସ୍ଥାୟୀ ସଦସ୍ୟ କ୍ରିକେଟ ଦଳ ଭାବେ ସ୍କଟଲାଣ୍ଡ ଓ ଆଫଗାନିସ୍ତାନ ଖେଳି ଆସୁଛନ୍ତି। ସ୍କଟଲାଣ୍ଡ ମ୍ୟାକ ଲଏଡ୍‌ଙ୍କ ପ୍ରଦର୍ଶନ ଉପରେ ଦଳ ବିଶେଷ ଭାବେ ନିର୍ଭରଶୀଳ ରହିଛି। ଆଫଗାନିସ୍ତାନ ଭଳି ଦଳ ବିପକ୍ଷରେ ବିଜୟ ହାସଲ କରିବାକୁ ହେଲେ ସ୍କଟଲାଣ୍ଡକୁ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି। ଆଫଗାନିସ୍ତାନ ଓ ସ୍କଟଲାଣ୍ଡ ଉଭୟେ ସମ ଦକ୍ଷତାପୂର୍ଣ୍ଣ ଦଳ ହୋଇଥିବାରୁ ମ୍ୟାଚରେ ବିଜୟ ଓ ପରାଜୟ ନେଇ ପୂର୍ବାନୁମାନ କରିବା କଷ୍ଟକର ହୋଇପଡ଼ିଛି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories