ଓସାକା-ସେରେନା ଫାଇନାଲ ମୁକାବିଲା

0

ନ୍ୟୁୟର୍କ : ଆମେରିକାର ସେରେନା ୱିଲିୟମ୍‌ସ ଓ ଜାପାନର ନାଓମି ଓସାକା ଏଠାରେ ଚାଲିଥିବା ସିଜିନର ଅନ୍ତିମ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ୟୁଏସ୍‌ ଓପନରେ ମହିଳା ସିଙ୍ଗଲ୍‌ସ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ` ା ରେକର୍ଡ ୨୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଲକ୍ଷ୍ୟରେ ରହିଥିବା ସେରେନା ନବମ ଥର ପାଇଁ ୟୁଏସ୍‌ ଓପନ ଫାଇନାଲକୁ ଉନ୍ନୀତ ହୋଇଥିବାବେଳେ ଓସାକା ଜାପାନର ପ୍ରଥମ ମହିଳା ଖେଳାଳିଭାବେ କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଛନ୍ତି ା
ଗୁରୁବାର ଖେଳାଯାଇଥିବା ମହିଳା ସିଙ୍ଗଲ୍‌ସର ପ୍ରଥମ ସେମିଫାଇନାଲରେ ୧୭ଶ ସିଡ୍‌ ସେରେନା ସିଧାସଳଖ ୬-୩, ୬-୦ ସେଟ୍‌ରେ ୧୯ଶ ସିଡ୍‌ ଲାଟ୍‌ଭିଆର ଆନାସ୍ତାସିଆ ସେବାସ୍ତୋଭାଙ୍କୁ ପରାସ୍ତ କରିଛନ୍ତି ା ଏହି ମୁକାବିଲା ଏକ ଘଣ୍ଟା ଛଅ ମିନିଟ ଧରି ଚାଲିଥିଲା ା ପ୍ରଥମ ସେଟ୍‌ରେ ସେରେନା ନିଜର ସର୍ଭିସ ରକ୍ଷା କରିପାରିନଥିଲେ ା ତେବେ ସେରେନା ଶକ୍ତିଶାଳୀ ସର୍ଭିସ ଓ ବ୍ୟାକ୍‌ହ୍ୟାଣ୍ଡ କ୍ରସକୋର୍ଟ ଭଲି ସଟ୍‌ ଜରିଆରେ ଏହି ସେଟ୍‌ରେ ଦୁଇଥର ସେବାସ୍ତୋଭାଙ୍କ ସର୍ଭିସ ବ୍ରେକ୍‌ କରି ଏହାକୁ ୬-୩ରେ ଜିତିବା ସହ ୧-୦ରେ ଆଗୁଆ ରହିଥିଲେ। ୨ୟ ସେଟ୍‌ରେ ସେରେନା ସମ୍ପୂର୍ଣ୍ଣଭାବେ ପ୍ରାଧାନ୍ୟ ବିସ୍ତାର କରିଥିଲେ ା ଏହି ସେଟ୍‌ରେ ସେରେନା ତିନିଥର ସେବାସ୍ତୋଭାଙ୍କ ସର୍ଭିସ ବ୍ରେକ କରି ଏହାକୁ ୬-୦ରେ ଜିତିବା ସହ ଫାଇନାଲରେ ସ୍ଥାନ ପକ୍କା କରିପାରିଛନ୍ତି ା ବିଶ୍ବର ପୂର୍ବତନ ୧ ନମ୍ବର ଖେଳାଳି ସେରେନା ଗତବର୍ଷ ସେପ୍ଟେମ୍ବରରେ କନ୍ୟା ସନ୍ତାନକୁ ଜନ୍ମ ଦେବାପରେ କିଛି ମାସ ଧରି ଆନ୍ତର୍ଜାତିକ ସର୍କିଟରୁ ଦୂରେଇ ରହିଥିଲେ ା ଫଳରେ ସେ ଏକାଧିକ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣରୁ ବଞ୍ଚିତ ହେବା ସହ ଏହା ତାଙ୍କର ବିଶ୍ବ ମାନ୍ୟତାକୁ ମଧ୍ୟ ପ୍ରଭାବିତ କରିଥିଲା ା ଅପରପକ୍ଷରେ କ୍ୟାରିୟରରେ ପ୍ରଥମ ଥର କୌଣସି ଗ୍ରାଣ୍ଡସ୍ଲାମ ସେମିକୁ ଉନ୍ନୀତ ହୋଇଥିବା ସେବାସ୍ତୋଭା ଚଳିତ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲରେ ଡିଫେଣ୍ଡିଂ ଚମ୍ପିଆନ ତଥା ବିଶ୍ବର ୩ ନମ୍ବର ଖେଳାଳି ଆମେରିକାର ସ୍ଲୋଏନ ଷ୍ଟିଫେନ୍‌ସଙ୍କୁ ପରାସ୍ତ କରିଥିଲେ ା ତେବେ ସେରେନାଙ୍କ ବିପକ୍ଷ ସେମିଫାଇନାଲରେ ସେବାସ୍ତୋଭା ପୂର୍ବ ସଫଳତାକୁ ଦୋହରାଇବାରେ ବିଫଳ ହୋଇଥିଲେ ା
ଶନିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ସେରେନା ୨୦ଶ ସିଡ୍‌ ଜାପାନର ନାଓମି ଓସାକାଙ୍କୁ ଭେଟିବେ। ଗୁରୁବାର ଅନ୍ୟ ସେମିଫାଇନାଲରେ ଓସାକା ୬-୨, ୬-୪ ସେଟ୍‌ରେ ଗତବର୍ଷର ରନର୍ସଅପ୍‌ ତଥା ୧୪ଶ ସିଡ୍‌ ଆମେରିକାର ମାଡିସନ କେୟିସ୍‌ଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲାରେ କେୟିସ୍‌ ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ କରିଥିଲେ ସୁଦ୍ଧା ନିର୍ଣ୍ଣାୟକ ମୁହୂର୍ତ୍ତରେ ଗୁରୁତର ତ୍ରୁଟି ଦର୍ଶାଇଥିଲେ ା ଉଭୟ ସେଟ୍‌ରେ କେୟିସ୍‌ ମୋଟ ୧୩ଟି ବ୍ରେକ୍‌ ପଏଣ୍ଟ ସୁଯୋଗ ପାଇଥିଲେ ସୁଦ୍ଧା ସେଗୁଡିକୁ କାର୍ଯ୍ୟକାରୀ କରି ପାରିନଥିଲେ ା ଓସାକା ସବୁ ବ୍ରେକ୍‌ ପଏଣ୍ଟକୁ ରକ୍ଷା କରିବାରେ ସଫଳ ହେବାଫଳରେ ଏହି ମ୍ୟାଚ କେୟିସଙ୍କ ହାତଛଡା ହୋଇଥିଲା। ଗ୍ରାଣ୍ଡସ୍ଲାମରେ ୨୨ ବର୍ଷୀୟା ଓସାକା ପୂର୍ବରୁ ଅଷ୍ଟ୍ରେଲିଆ ଓପନରେ ୪ର୍ଥ ରାଉଣ୍ଡକୁ ଉନ୍ନୀତ ହୋଇଥିବା ବେଳେ ଫ୍ରେଞ୍ଚ ଓପନ ଓ ୱିମ୍ବଲଡନରେ ଦୁଇଥର ଲେଖାଏଁ ୩ୟ ରାଉଣ୍ଡରୁ ବିଦାୟ ନେଇଛନ୍ତି।

Leave A Reply