www.samajalive.in
Monday, December 8, 2025
13.1 C
Bhubaneswar

୨ ଟି ବାଲି ବୋଝେଇ ହାଇୱା ଜବତ 

ସିକୋ : ସିକୋ ନିକଟସ୍ଥ ବୋତଳମା ନିକଟରୁ ଆଜି ଦୁଇଟି ବାଲି ବୋଝେଇ ହାଇୱାକୁ ଅତିରିକ୍ତ ତହସିଲଦାର ସନାତନ ଆଚାର୍ୟ୍ୟ ଏବଂ ସୁପରଭାଇଜର କୃଷ୍ଣଚନ୍ଦ୍ର ମହାପାତ୍ର ଜବତ କରି ଆଣି କାର୍ୟ୍ୟାଳୟରେ ରଖିଛନ୍ତି । ଆଜି ସିକୋସ୍ଥିତ ରାଜସ୍ୱ ନିରୀକ୍ଷକଙ୍କ କାର୍ୟ୍ୟାଳୟରେ କ୍ୟାମ୍ପ କୋର୍ଟ ଚାଲିଥିବାବେଳେ ଅତିରିକ୍ତ ତହସିଲଦାର ଶ୍ରୀ ଆଚାର୍ୟ୍ୟ ସରକାରୀ ଜାଗା ଜବରଦଖଲ କରିଥିବା ବ୍ୟକ୍ତିମାନଙ୍କ ଠାରୁ ୬୨ ହଜାର ୮ଶହ ଟଙ୍କା ଜରିମାନା ଆଦାୟ କରି ଫେରୁଥିବା ସମୟରେ ବୋତଳମା ନିକଟରେ ଗୋଟିଏ ବାଲି ବୋଝେଇ ହାଇୱା ଜବତ କରିଥିଲେ ।ଅନ୍ୟ ଗୋଟିଏ ବାଲି ବୋଝେଇ ହାଇୱା ପାଟଣା ଠାରେ ଠିଆ ହୋଇଥିବାର ଦେଖିଥିଲେ । କିନ୍ତୁ ଚାଳକ ତାଙ୍କୁ ଦେଖି ଗାଡିଟିକୁ ଗ୍ରାମ ଭିତରକୁ ପୁରାଇ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।ତାପରେ ଅନେକ ସମୟ ଅପେକ୍ଷା କରିବା ପରେ ଗାଡି ଚାଳକ ଫେରିବା ପରେ ଗାଡିଟିକୁ ଜବତ କରି କାର୍ୟ୍ୟାଳୟକୁ ଆଣିଥିଲେ ।ଗାଡି ଦୁଇଟିର ଆବଶ୍ୟକୀୟ କାଗଜପତ୍ର ନଥିବାର ଜଣାପଡିଛି ।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories