www.samajalive.in
Sunday, December 7, 2025
15.1 C
Bhubaneswar

ଯୌତୁକ ଦାବିରେ ନବବଧୂକୁ ହତ୍ୟା ; ସ୍ୱାମୀ ଏବଂ ଶାଶୁ ଗିରଫ 

ବେଗୁନିଆ : ବେଗୁନିଆ ଥାନା ଡିଙ୍ଗର ପଞ୍ଚାୟତ ଅନ୍ତର୍ଗତ ଭୁଆଶୁଣିପାଟଣା ଗ୍ରାମରେ  ଅଧିକ ଯୌତୁକ ଦାବିରେ ଜଣେ ନବବଧୂକୁ ତାର ସ୍ୱାମୀ ଏବଂ ଶାଶୁ ମାରିଦେଇଥିବାର ବେଗୁନିଆ ଥାନାରେ ଝିଅର ମାଆ ଅଭିଯୋଗ କରିଛନ୍ତି । ।ଅଭିଯୋଗ ପାଇ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ ଘଟଣାର ତଦନ୍ତ କରି ସଙ୍ଗେ ସଙ୍ଗେ ସ୍ୱାମୀ ଏବଂ ଶାଶୁଙ୍କୁ ଗିରଫ କରିଛନ୍ତି ।
ଭୁଆଶୁଣିପାଟଣା ଗ୍ରାମର ଶରତଚନ୍ଦ୍ର ବେହେରାଙ୍କ ପୁଅ ଶଶବିନ୍ଦୁ ବେହେରା ବୋଲଗଡ଼ ଥାନା ବାଁକୋଈ ଫାଣ୍ଡି ଅନ୍ତର୍ଗତ କୋଟସିଂହା ଭବାନିପୁର ଗ୍ରାମର ଦୀନବନ୍ଧୁ ବେହେରାଙ୍କ ଝିଅ ବର୍ଷାରାଣୀ ବେହେରା(୨୧)ଙ୍କୁ ଗତ ମେ୨୦୨୧ରେ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ବରଘର ଦାବି ମୁତାବକ ଝିଅର ବାପା ଯୌତୁକ ଦେଇଥିଲେ ।କିନ୍ତୁ ଅଧିକ ଯୌତୁକ ଦାବିରେ ଝିଅ ଶାଶୁ ଘରେ ଝିଅ ଉପରେ ବିଭିନ୍ନ ପ୍ରକାର ଅତ୍ୟାଚାର କରୁଥିଲେ ।
ଝିଅର ଶାଶୁ ସ୍ୱର୍ଣ୍ଣଲତା ବେହେରା ତାର ସମୁଦୁଣୀକୁ ତୁମ ଝିଅ ଶୋଇଛି ଡାକିଲେ ଉଠୁନାହିଁ ବୋଲି ଫୋନ କରି କହିଥିଲେ ।ଫୋନ ପାଇ ଝିଅର ବାପା ଏବଂ ମା ମିନତୀ ବେହେରା ଆସି ଝିଅ ଘରେ ପଂହଁଚି ଝିଅ ମରି ପଡିଥିବାର ଦେଖିବାକୁ ପାଇଥିଲେ ।ସେମାନେ ଘରଲୋକମାନଙ୍କୁ ପଚାରିବାରେ ସେମାନେ କିଛି ଜାଣିନାହାନ୍ତି ବୋଲି କହିଥିଲେ ।ଫଳରେ ଝିଅର ମାଆ ତାଙ୍କର ଜ୍ୱାଇଁ ଏବଂ ତାର ଶାଶୁ ଅଧିକ ଯୌତୁକ ଦାବିରେ ତାଙ୍କ ଝିଅକୁ ମାରିଦେଇଛନ୍ତି ବୋଲି ବେଗୁନିଆ ଥାନାରେ ଅଭିଯୋଗ କରିବା ପରେ ବେଗୁନିଆ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ ଘଟଣାସ୍ଥଳରେ ପଂହଁଚି ଶବ ଜବତ କରି ୨୦୫/୨୧ନଂ କେଶ ରୁଜୁ କରି ଘଟଣାର ତଦନ୍ତ କରିଥିଲେ । ଘଟଣାରେ ସଂପୃକ୍ତ ସ୍ୱାମୀ ଏବଂ ଶାଶୁଙ୍କୁ ଗିରଫ କରି ପଚରା ଉଚରା କରୁଛନ୍ତି ।  ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories