www.samajalive.in
Tuesday, December 9, 2025
15.1 C
Bhubaneswar

ଋାହୁଳ ଦ୍ରାବିଡ ହେବେ ଟିମ୍‍ ଇଣ୍ଡିଆ କୋଚ; ଦୁଇ ବର୍ଷ ଦାୟିତ୍ୱରେ ରହିବେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ଏନସିଏ ମୁଖ୍ୟ ରାହୁଳ ଦ୍ରାବିଡ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଦାୟିତ୍ୱ ଗ୍ରହଣ କରିବେ । ଆଇସିସି ଟି୨୦ ବିଶ୍ୱ କପ୍‍ ପରେ ଚଳିତ ବର୍ଷ ସେ ରବି ଶାସ୍ତ୍ରୀଙ୍କ ନିକଟରୁ ଏହି ଦାୟିତ୍ୱ ନେବେ ବୋଲି ଜଣାଯାଇଛି । ଏଥିପାଇଁ ଦ୍ରାବିଡ ନିଜର ସମ୍ମତି ଜଣାଇଛନ୍ତି । ଶୁକ୍ରବାର ରାତିରେ ଆଇପିଏଲର ଚତୁର୍ଦ୍ଦଶ ସଂସ୍କରଣର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଉଥିବାବେଳେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ବିକ୍ରମ ଦଳର ବ୍ୟାଟିଂ କୋଚ ଭାବରେ ରହିବେ । ସଂପ୍ରତି ଅଧିକରୁ ଅଧିକ ଯୁବ ପ୍ରତିଭାବାନ ଖେଳାଳିମାନେ ଭାରତୀୟ କ୍ରିକେଟ ଦଳକୁ ଆସୁଥିବା ସମୟରେ ଦଳ ସେମାନଙ୍କୁ ନେଇ ବ୍ୟାପକ ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ କରିଛି । ସେମାନେ ସମସ୍ତେ ଦ୍ରାବିଡଙ୍କ ସହିତ କାମ କରିସାରିଛନ୍ତି ଏବଂ ଦ୍ରାବିଡଙ୍କୁ ନେଇ ଭାରତୀୟ କ୍ରିକେଟ ଦଳ ବିଶ୍ୱରେ ଏକ ମ୍ୟାଚ ବିଜୟୀ ଦଳ ଭାବରେ ତାହାର ଯାତ୍ରା ଜାରି ରଖିପାରିବ ବୋଲି ଅନେକ କ୍ରୀଡା ବିଶେଷଜ୍ଞ ମତ ପୋଷଣ କରିଛନ୍ତି ।
ଜଣାଯାଇଛି ଯେ ଦଳର କୋଚ ଦାୟିତ୍ୱ ଦେବାକୁ ଦ୍ରାବିଡ ସବୁ ସମୟରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ)ର ଇଛା ରହିଆସିଥିଲା । ବିସିସିଆଇ ସଂପାଦକ ଜୟ ଶାହ ଏବଂ ସଭାପତି ସୌରଭ ଗାଙ୍ଗୁଲି ତାଙ୍କୁ ପରିଶେଷରେ ଏହି ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଉଭୟ ତାଙ୍କ ସହିତ କଥା ହେବାପରେ ଦ୍ରାବିଡ ରାଜି ହୋଇଥିବା ଜଣାଯାଇଛି । ସଂପ୍ରତି କୋଚ ଥିବା ରବି ଶାସ୍ତ୍ରୀଙ୍କର କାର୍ଯ୍ୟକାଳ ଟି୨୦ ବିଶ୍ୱ କପ କ୍ରିକେଟ ଆରମ୍ଭ ସହିତ ଶେଷ ହେବାକୁ ଯାଉଛି । ରବିବାର ଠାରୁ ଟି୨୦ ବିଶ୍ୱ କପ କ୍ରିକେଟ ଆରମ୍ଭ ହେବାକୁ ଯାଉଛି । ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟ ଓମାନ ଏବଂ ୟୁଏଇରେ ଆୟୋଜନ କରୁଛି । ଏହାର ଉଦଘାଟନି ମ୍ୟାରଚରେ ଭାରତ ତାହାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଅକ୍ଟୋବର ୨୪ ତାରିଖରେ ଦୁବାଇରେ ଭେଟିବ । ଏହି ଟୁର୍ଣ୍ଣାମେଣ୍ଟ ପରେ ବିରାଟ କୋହଲି ମଧ୍ୟ ସୀମିତ ଓଭର କ୍ରିକେଟର ଅଧିନାୟକ ପଦ ଛାଡିବେ ବୋଲି ଜଣାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories