ରୋଟାରୀ କ୍ଲବ ମହାନଦୀ ପକ୍ଷରୁ ପାଞ୍ଚ ଜଣ ଶିକ୍ଷକଙ୍କୁ ରାଷ୍ଟ୍ର ନିର୍ମାତା ପୁରସ୍କାରରେ ସମ୍ମାନୀତ କରାଯାଇଛି। କଟକ ବାଦାମବାଡ଼ି ସ୍ଥିତ ଶୀତଲ ହୋଟେଲ ସଭଗୃହରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ପ୍ରଫେସର ଡକ୍ଟର ଖାରବେଳ ମହାନ୍ତି କହିଲେ, ଶିକ୍ଷକମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଉଚିତ୍। ଶିକ୍ଷା ସଂସ୍କାରଯୁକ୍ତ ହେଲେ ଦେଶ ଗଠନରେ ଏହା ସହାୟକ ହେବ। ପ୍ରାଥମିକ ଶିକ୍ଷାର ମାନବୃଦ୍ଧି ହେଲେ ଛାତ୍ର ସମାଜର ମଙ୍ଗଳ ହେବ।
ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ପୂର୍ବତନ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଶ୍ରୀଯୁକ୍ତ ଅଶୋକ ବିହାରୀ ମହାପାତ୍ର ରୋଟାରୀ ପକ୍ଷରୁ ପ୍ରଦାନ କରାଯାଉଥିବା ରାଷ୍ଟ୍ର ନିର୍ମାତା ପୁରସ୍କାରର ମହତ୍ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଏହି ଉତ୍ସବରେ ଆସିଷ୍ଟାଣ୍ଟ ଗଭର୍ଣ୍ଣର ରୋଟରିଆନ କୃଷ୍ଣ କୁମାର ଦାସବର୍ମା, ଶିକ୍ଷାବିତ୍ ଡକ୍ଟର ସୁବାସୁନୀ ଲେଙ୍କା ଓ ଅନ୍ୟ ରୋଟରିଆନମାନେ ଯୋଗ ଦେଇଥିଲେ। ଉତ୍ସବରେ ସଭାପତିତ୍ବ କରିଥିଲେ କ୍ଲବର ସଭାପତି ରାଜଲକ୍ଷ୍ମୀ ପାତ୍ର। ସେକ୍ରେଟାରୀ ଲଳିତ କୁମାର ରାଉତ, ପୂର୍ବତନ ସଭାପତି ସୁଜାତା ମହାପାତ୍ର, ନଟବର ପଣ୍ଡା, ସଞ୍ଜୟ ଛାପୋଲିଆ , ଅଙ୍କିତ ଭୂତ୍ ଓ ଅନ୍ୟ ସଭ୍ୟମାନେ ଏହି ଉତ୍ସବକୁ ପରିଚାଳନା କରିଥଲେ।



