www.samajalive.in
Wednesday, December 10, 2025
18.1 C
Bhubaneswar

ଲଇଡାରେ ପଞ୍ଚାୟତ ନିର୍ବାଚନ ପ୍ରଚାରର ବିଗୁଳ ଫୁଙ୍କିଲେ ଶ୍ରମ ମନ୍ତ୍ରୀ

ରେଙ୍ଗାଲି :  ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ଆଉ କେଇ ମାସ ବାକି ଥିବାବେଳେ ଶୁକ୍ରବାର ବିଜୁଜନତା ଦଳ ପକ୍ଷରୁ ରେଙ୍ଗାଲି ବ୍ଳକ୍ ର ଲଇଡା ଗ୍ରାମରୁ ନିର୍ବାଚନ ପ୍ରଚାର ଆରମ୍ଭ କରାଯାଇଛି । ସ୍ଥାନୀୟ ଫୁଟବଳ ପଡିଆରେ ଆୟୋଜିତ ଜନସଭାରେ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଶ୍ରୀ ସିଂହ ସମବେତ ବିଜେଡି କର୍ମୀ ଏବଂ ଜନସାଧାରଣଙ୍କୁ ଉଦବୋଧନ ଦେଇ ଆଗମୀ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ମାନଙ୍କୁ ବିଜୟୀ କରାଇ ମୁଖ୍ୟମନ୍ତ୍ରୀଙ୍କ ସୁଶାସନକୁ ଆହୁରି ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ। ମନ୍ତ୍ରୀ ତାଙ୍କର ଅଭିଭାଷଣରେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶ ମୂଳକ ଜନ କଲ୍ୟାଣ ଯୋଜନା ଉପରେ ମଧ୍ୟ ଆଲୋକପାତ କରିଥିଲେ। ପୂର୍ବତନ ବିଧାୟକ ରମେଶ ପଟୁଆଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ଶ୍ରୀ ସିଂହ ଙ୍କ ବ୍ୟତୀତ ରେଢାଖୋଲ ବିଧାୟକ ତଥା ଉପ-ମୁଖ୍ୟ ସଚେତକ ରୋହିତ ପୂଜାରୀ, ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ, ପୂର୍ବତନ ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଞ୍ଜିତ ମହାନ୍ତି ବିଜେଡି ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ, ରାଜ୍ୟ ସମ୍ପାଦକ ଭୂବନେଶ୍ୱର କିସାନ, ଯୁଗ୍ମ ସମ୍ପାଦକ ଦିଲ୍ଲିପ ଦୁରିଆ,ରାଜ୍ୟ ଯୁବ ସମ୍ପାଦକ ଧର୍ମରାଜ ମରେଇ ଲଇଡା ସରପଞ୍ଚ ଯୁଗଳ କିଶୋର ସାହୁ ମଞ୍ଚାସୀନ ଥାଇ ସମବେତ ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ସଂକ୍ରାନ୍ତରେ ଉଦବୋଧନ ଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସର ରେ ଅଞ୍ଚଳବାସୀଙ୍କ ପକ୍ଷରୁ କୃଷକ ସଙ୍ଗଠନର ସମ୍ପାଦକ ରାଜେଶ ପୃଷ୍ଟି ଭେଡନ ନଦୀରେ ମେଗା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟାକାରୀ କରାଯିବା। ଲଇଡାରେ ବ୍ଳକ୍ ପ୍ରତିଷ୍ଠା । ଲଇଡାରେ ମିନିଷ୍ଟାଡିୟମ, କଲ୍ୟାଣ ମଣ୍ଡପ, ଲଇଡା କଳେଜ ର ଯୁକ୍ତ ତିନି ବିଜ୍ଞାନ ବିଭାଗ ପାଇଁ ବିଜ୍ଞାନଗାର ଗୃହ ନିର୍ମାଣ ପାଇଁ ଶ୍ରମମନ୍ତ୍ରୀ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବୀପତ୍ର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ମନ୍ତ୍ରୀ, ବିଧାୟକ, ପର୍ଯ୍ୟବେକ୍ଷକ ଏବଂ ଦଳୀୟ ନେତା ମାନେ ଲଇଡାରେ ପହଞ୍ଚି ସମଲେଶ୍ୱରୀ ମନ୍ଦିରକୁ ଯାଇ ସମେଲେଶ୍ୱରୀଙ୍କୁ ଦର୍ଶନ କଲା ପରେ ଦଳିୟ କର୍ମୀ ମାନଙ୍କ ଗହଣ ରେ ଏକ ବିଶାଳ ଶୋଭାଯାତ୍ରରେ ଲଇଡା ଗ୍ରାମ ପରିକ୍ରମା କରି ଫୁଟବଲ ପଡିଆ ଠାରେ ଆୟୋଜିତ ସଭାସ୍ଥଳରେ ପହଞ୍ଚିଥିଲେ। ଏହି କାର୍ଯକ୍ରମ ରେ ରେଙ୍ଗାଲି ବ୍ଳକ୍ ସମେତ ନିର୍ବାଚନ ମଣ୍ଡଲି ର ବିଭିନ୍ନ ଗ୍ରାମ ଏବଂ ସହର ର ବିଜେଡି ନେତା, କର୍ମୀ ଏବଂସମର୍ଥକ ଯୋଗ ଦେଇଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories