www.samajalive.in
Wednesday, December 10, 2025
18.1 C
Bhubaneswar

ସୌମ୍ୟଙ୍କ ମୃତ୍ୟୁ ଏକ ଦୁର୍ଘଟଣା-କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ବଡ଼ ଖୁଲାସା କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ସୌମ୍ୟଙ୍କ ମୃତ୍ୟୁରେ ଡିଏଫଓ ସଂଗ୍ରାମକେଶରୀ ବେହେରା ଓ ମନ୍ମଥ କୁମ୍ଭଙ୍କୁ କ୍ଲିନ ଚିଟ ଦେଇଛନ୍ତି। ଏହି ଘଟଣାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଦାୟୀ କରାଯାଇଛି। ବିଦ୍ୟା ଓ ସୌମ୍ୟରଞ୍ଜନଙ୍କ ବୈବାହିକ ସମ୍ପର୍କ ଭଲ ନଥିଲା । ସୌମ୍ୟଙ୍କ ନିଆଁ ଲିଭାଇବାକୁ ଯଥାପୂର୍ବକ ଚେଷ୍ଟା କରିନଥିଲେ ବିଦ୍ୟା । ସ୍ୱାମୀଙ୍କୁ ବଞ୍ଚାଇବାକୁ ଉପଯୁକ୍ତ ପଦକ୍ଷେପ ନେଇ ନଥିଲେ କି ତାଙ୍କୁ ଉଦ୍ଧାର କରିବାକୁ କାହାକୁ ଡାକିନଥିଲେ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି।

ଆଜି ଗଣମାଧ୍ୟମକୁ ସୂଚନା ଦେଇ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ଯେ ବିଦ୍ୟାଭାରତୀ-ସୌମ୍ୟରଞ୍ଜନଙ୍କ ଦାମ୍ପତ୍ୟ ଜୀବନ ଭଲ ନଥିଲା । ପଲିଗ୍ରାଫ ଟେଷ୍ଟରେ ବିଦ୍ୟା ମିଛ କହିଥିବା ଜଣାପଡ଼ିଛି । ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ପରେ ଲିଭାଇବାକୁ ଯଥାସାଧ୍ୟ ଚେଷ୍ଟା କରିନଥିଲେ ବିଦ୍ୟାଭାରତୀ । ବିଦ୍ୟାଭାରତୀ ସାହାଯ୍ୟ ପାଇଁ ସଙ୍ଗେ ସଙ୍ଗେ ଅନ୍ୟ କାହାରିକୁ ଡାକି ନଥିଲେ। ତଦନ୍ତ ସରିବା ପରେ ବିଦ୍ୟାଙ୍କ ବିରୋଧରେ ଆଇପିସି ଧାରା ୨୮୫, ୩୦୪ (ଏ) ଦଫାରେ ଚାର୍ଜସିଟ୍ ଦାଖଲ ହୋଇଛି ।

- Advertisement -

 

ଜୁଲାଇ ୧୧ ତାରିଖରେ ସୌମ୍ୟ ନିଆଁରେ ପୋଡ଼ି ହୋଇ ଯାଇଥିଲେ । ଗଜପତି ପୋଲିସ ଦ୍ୱାରା ଘଟଣାସ୍ଥଳରୁ ମିଳିଥିବା ପ୍ରମାଣର ଫରେନ୍ସିକ ଆନାଲିସିସ୍ ରିପୋର୍ଟ କ୍ରାଇମବ୍ରାଞ୍ଚକୁ ମିଳିଥିଲା ।  ସୌମ୍ୟ, ବିଦ୍ୟାଭାରତୀ, ଡିଏଫଓଙ୍କ ଫୋନ୍ ବାର୍ତ୍ତାଳାପ ସିଡିଆର୍ ପାଇବା ପରେ ଅନୁଧ୍ୟାନ କରିଥିଲା କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନ ବନ୍ଦୀ ଭିଡିଓ ଜବତ କରାଯାଇଥିଲା । ଘଟଣାରେ ପ୍ରମୁଖ ୩ ଅଭିଯୁକ୍ତ କୁହାଯାଉଥିବା ସଂଗ୍ରାମ କେଶରୀ ବେହେରା, ମନ୍ମଥ କୁମ୍ଭ, ବିଦ୍ୟାଭାରତୀ ପଣ୍ଡାଙ୍କ ପଲି ଗ୍ରାଫ୍ ଟେଷ୍ଟ କରାଯାଇଥିଲା ।

ସାକ୍ଷ୍ୟ ମାନଙ୍କ ଜମାନ ବନ୍ଦୀ, ସାଇଣ୍ଟିଫିକ୍ ଦଳର ସ୍ପଷ୍ଟ ଆନାଲିସିସ୍ ରିପୋର୍ଟ ଓ ତଦନ୍ତ ରିପୋର୍ଟ ଆନାଲିସିସରୁ ଜଣାପଡ଼ୁଛି ସୌମ୍ୟଙ୍କ ବାସଭବନରେ ହିଁ ଘଟଣା ଘଟିଥିବା କହିଛି କ୍ରାଇମବ୍ରାଞ୍ଚ । ସମସ୍ତ ତଥ୍ୟ ଅନୁଧ୍ୟାନ ପରେ ଡିଏଫଓଙ୍କ ସହ ବିଦ୍ୟାଭାରତୀଙ୍କ ସମ୍ପର୍କ ଥିବା ନେଇ କ୍ରାଇମବ୍ରାଞ୍ଚକୁ କୌଣସି ପ୍ରମାଣ ମିଳିନାହିଁ । ପୋଡ଼ି ହେବା ଘଟଣାରେ ଡିଏଫଓଙ୍କ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ନାହିଁ । ମନ୍ମଥ କୁମ୍ଭଙ୍କ ମଧ୍ୟ ସମ୍ପୃକ୍ତି ଥିବା ପ୍ରମାଣ ନାହିଁ । ସୌମ୍ୟଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି କହିଛି କ୍ରାଇମବ୍ରାଞ୍ଚ । ମୃତ୍ୟୁକାଳୀନ ଜମାନବନ୍ଦୀରେ ସୌମ୍ୟ ମଧ୍ୟ ସେଭଳି କହିଛନ୍ତି ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories