www.samajalive.in
Tuesday, December 9, 2025
17.1 C
Bhubaneswar

ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ ପାଳିତ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଭାରତୀୟ ବାୟୁସେନା ପାଳନ କରିଛି ତାହାର ପ୍ରତିଷ୍ଠା ଦିବସ । ଏହି ଅବସରରେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟମାନେ ବାୟୁସେନା ଯବାନ, ଅଧିକାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ବାୟୁସେନାର ୮୯ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି ଆକାଶ ଯୋଦ୍ଧାମାନଙ୍କର କେତେକ ଫଟୋ ଛାଡିବା ସହିତ କହିଛନ୍ତି ଯେ ଭାରତୀୟ ବାୟୁସେନା କହିଲେ ଅପୂର୍ବ ସାହସ,ବୃତ୍ତିଗତ ଚିନ୍ତାଧାରା ଏବଂ ବୁଦ୍ଧିମତ୍ତାକୁ ବୁଝାଏ । ସେମାନେ ରାଷ୍ଟ୍ରର ସୁରକ୍ଷା କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହିତ ଆହ୍ମାନମୂଳକ ସମୟରେ ମାନବୀୟ ଇଛାଶକ୍ତି ମଧ୍ୟ ପ୍ରଦର୍ଶନ କରିଛନ୍ତି । ଏଥିସହିତ ସେ ବାୟୁସେନାର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଋାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ଭାରତୀୟ ବାୟୁସେନା ଶାନ୍ତି ଓ ଯୁଦ୍ଧ ଉଭୟ ସମୟରେ ଏହାର ଦକ୍ଷତା ପ୍ରତିପାଦିତ କରିଛି । ଏଥିସହିତ ସେ ବିଶ୍ୱାସ ପ୍ରକଟ କରିଛନ୍ତି ଯେ ଏହା ନିଜର ସର୍ବୋଚ୍ଚ ମାନ ଓ ଉକ୍ରର୍ଷ ବଜାୟ ରଖିବ । ବାୟୁସେନାର ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ସେ ଶୁଭକାମନା ଜଣାଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଦେଶ ବାୟୁସେନାକୁ ନେଇ ଗର୍ବ ଅନୁଭବ କରୁଛି । ଏଥିସହିତ ବାୟୁସେନାର ବିଭିନ୍ନ ଗୌରବାବହ ସମୟର ଫଟୋକୁ ସେ ଟ୍ୱିଟ କରିଛନ୍ତି । ଏହି ଅବସରରେ ହିଣ୍ଡନ ବାୟୁସେନା ଘାଟିରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ସହିତ ବାୟୁସେନାର ବିମାନ ଓ ଯବାନମାନେ ସେମାନଙ୍କର କୌଶଳ ପ୍ରଦର୍ଶନ କରିଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories