www.samajalive.in
Monday, December 8, 2025
13.1 C
Bhubaneswar

ଆୟୁଷ ଡାକ୍ତରମାନଙ୍କ ଅସହଯୋଗ ଆନ୍ଦୋଳନ, ସ୍ଥାୟୀ ନିଯୁକ୍ତି ଦାବି

ଗଞ୍ଜାମ: ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୨୦୦୭ ମସିହାରୁ ନିରବଚ୍ଛିନ୍ନ ଭାବେ ରୋଗୀ ସେବା ଯୋଗାଇ ଆସୁଥିବା ଆୟୁଷ ଡାକ୍ତରମାନଙ୍କୁ ସରକାରଙ୍କ ପକ୍ଷରୁ ଅବହେଳା ପ୍ରଦର୍ଶନ କରାଯାଉଛି। ଫଳରେ ସେମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ସେମାନେ ସ୍ଥାୟୀ ନିଯୁକ୍ତି ଦାବିରେ ଗତ ୨ ତାରିଖଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଅସହଯୋଗ ଆନ୍ଦୋଳନ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ ଯେ, ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥୟକେନ୍ଦ୍ର ସମେତ ଏହା ଅଧୀନରେ ଥିବା ଗଞ୍ଜାମ, ରମ୍ଭା, ହମ୍ମା, ଉମୁରି ଧର୍ମସରଣପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ୟ୍ୟରତ ଆୟୁଷ ଡାକ୍ତରମାନେ ଏଥିରେ ସାମିଲ ଅଛନ୍ତି। ରୋଗୀ ସେବା ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା ଓ କାର୍ୟ୍ୟକ୍ରମମାନଙ୍କରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଆୟୁଷ ଡାକ୍ତରମାନଙ୍କ ଦାବି ପୂରଣରେ ସରକାର ଜାଣିଶୁଣି ଅବହେଳା ମନୋଭାବ ପୋଷଣ କରିଛନ୍ତି। ସରକାର ସେମାନଙ୍କୁ ବିଭିନ୍ନ ଯୋଜନା କାର୍ୟ୍ୟକାରୀ କ୍ଷେତ୍ରରେ ନିୟୋଜିତ କରିଥିଲେ ମଧ୍ୟ ଚାକିରି ନିୟମିତ କରିବା ଦିଗରେ କୌଣସି ପଦକ୍ଷେପ କରିନାହାନ୍ତି । ସ୍ଥାୟୀ ନିଯୁକ୍ତି ସମେତ ଅନ୍ୟକେତେକ ନ୍ୟାୟୋଚିତ ଦାବି ପୂରଣ ଲାଗି ଅଲ୍ ଓଡ଼ିଶା ଆୟୁଷ ଡାକ୍ତର ଆସୋସିଏସନ୍ ଆହ୍ବାନ କ୍ରମେ ଗତ ୨ ତାରିଖଠାରୁ ଅନିର୍ଦ୍ଦିଷ୍ଟ କାଳ ଲାଗି ରାଜ୍ୟର ପ୍ରାୟ ୧୧୫୦ ଜଣ ଆୟୁଷ ଡାକ୍ତରଙ୍କ ଶାନ୍ତିପୂର୍ଣ୍ଣ ଭାବେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିବା ଜଣାପଡିଛି।

- Advertisement -

ପୂର୍ବରୁ ଏହି ଆୟୁଷ ଡାକ୍ତରମାନେ କାୟାକଳ୍ପ କାର୍ୟ୍ୟ, ଜରୁରୀକାଳୀନ ସେବା, ରୋଗୀ କଲ୍ୟାଣ ସମିତି କାର୍ୟ୍ୟ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଚାଳନା, ଅଣ ସଂକ୍ରାମକ ରୋଗର ନିରାକରଣ, ଏମୋ ପୋର୍ଟାଲ୍, ଜନନୀ ସୁରକ୍ଷା କାର୍ୟ୍ୟକ୍ରମ, ଲେଵୋର୍ ରୁମ୍, କୋରୋନା ସମୟରେ ଜନସଚେତନ, କଭିଡ୍ ପଜିଟିଭଙ୍କ ଘରୋଇ ଚିକିତ୍ସା, ଟୀକାକରଣ, ଟି ଏମ୍ ସି ପରିଦର୍ଶନ ଅନ୍ୟାନ୍ୟ ଜାତୀୟ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବର୍ତ୍ତମାନ ସେମାନେ କେବଳ ଆୟୁଷ ଓପିଡି ବ୍ୟତୀତ ଅନ୍ୟାନ୍ୟ ସମସ୍ତ କାର୍ୟ୍ୟକ୍ରମ ବନ୍ଦ ରଖିଛନ୍ତି। ଏନେଇ ଗଞ୍ଜାମ ବ୍ଲକର ଆୟୁଷ ଡାକ୍ତରମାନେ ଡା. ବନୋଜ୍ କାନ୍ତ କର(ଗଞ୍ଜାମ), ଡ଼ା. ସସ୍ମିତା ପୃଷ୍ଟି (ହୁମ୍ମା), ଡ଼ା. ନିବେଦିତା ରାୟବକ୍ସି(ରମ୍ଭା), ଡ଼ା. ପ୍ରଭାତ ପାଲ୍ଟସିଂ (ଉମୁରୀ ଧର୍ମାସରଣ ପୁର), ଡ଼ା. ସାଗରିକ ପ୍ରଧାନ( ଖଣ୍ଡଦେଉଳୀ) ଅଭିଯୋଗ ପ୍ରକାରେ ସରକାର ସେମାନଙ୍କୁ ନାର୍ୟ୍ୟ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ଜଣାଇଛନ୍ତି। ଫଳରେ ଆୟୁଷ ଡାକ୍ତରମାନେ ଘୋର ମାନସିକ, ଶାରୀରିକ, ସାମାଜିକ, ସମସ୍ୟା ଦେଇ ଗତି କରୁଛନ୍ତି ବୋଲି ଡ଼ା. ବନୋଜକାନ୍ତ କର କହିଛନ୍ତି। ରାଜ୍ୟ ସରକାର ତୁରନ୍ତ ବାସ୍ତବ ସମସ୍ୟାକୁ ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢୋଦାବି ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories