www.samajalive.in
Monday, December 8, 2025
14.1 C
Bhubaneswar

ଆମେରିକାର ଗୁଇନ୍ଦା ଏଜେଣ୍ଟଙ୍କୁ ଖୋଜି ଖୋଜି ମାରୁଛନ୍ତି ଚୀନ ଓ ପାକିସ୍ତାନ

ୱାଶିଂଟନ: ସାରା ବିଶ୍ୱରେ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ସବୁଠାରୁ ଶକ୍ତିଶାଳୀ ବିବେଚିତ ହେଉଥିବାବେଳେ ଏବେ ଏହି ସଂସ୍ଥା ପାଇଁ ଗୁପ୍ତଚର ବୃତ୍ତି କରୁଥିବା ବ୍ୟକ୍ତିମାନଙ୍କ ଜୀବନ ପ୍ରତି ଘୋର ବିପଦ ଦେଖାଦେଇଛି । ବିଗତ କିଛି ବର୍ଷ ମଧ୍ୟରେ ସିଆଇଏର ଏଜେଣ୍ଟମାନଙ୍କୁ ଜଣକ ପରେ ଜଣେ ହତ୍ୟା କରାଯାଉଛି । ଏହା ପଛରେ ପାକିସ୍ତାନ ଓ ଚୀନର ମୁଖ୍ୟ ହାତ ରହିଥିବା ଜଣାଯାଇଛି । ବିଶେଷକରି ସିଆଇଏ ପକ୍ଷରୁ ଅନ୍ୟ ରାଷ୍ଟ୍ରମାନଙ୍କରେ ଏହାପାଇଁ ଗୁପ୍ତଚର ବୃତ୍ତି କରିବାକୁ ନିୟୋଜିତ କରାଯାଉଥିବା ବ୍ୟକ୍ତିମାନଙ୍କୁ ଧରି ନିଆଯାଇ ହତ୍ୟା କରାଯାଉଛି ଅଥବା ସେମାନଙ୍କ ନିକଟରୁ ଗୁଇନ୍ଦା ତଥ୍ୟ ସଂଗ୍ରହ କରାଯାଉଥିବା ସିଆଇଏ ପକ୍ଷରୁ କୁହାଯାଇଛି । ଏଥିପାଇଁ ସିଆଇଏ ଏଜେଣ୍ଟମାନେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ଏହି ସଂସ୍ଥା ସାରା ବିଶ୍ୱରେ ଥିବା ତାହାର ଏଜେଣ୍ଟମାନଙ୍କୁ ସୂଚନା ପଠାଇଛି । ତାହାସହିତ ସଂପ୍ରତି ଏହି ସଂସ୍ଥା ବିଶ୍ୱରେ ବିଭିନ୍ନ କଷ୍ଟକର କାର୍ଯ୍ୟ ପରିବେଶରେ ତାହାର ଗୁପ୍ତଚର ନିଯୁକ୍ତି ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ମଧ୍ୟ ଜଣାଯାଇଛି । ଏହା କହିଛି ଯେ କେତେକ ସମୟରେ ଏହାର ଏଜେଣ୍ଟମାନଙ୍କୁ ତାହାର ଶତ୍ରୁପକ୍ଷ ଧରିନେବା ପରେ ସେମାନଙ୍କୁ ଗିରଫ ନକରି ବା ହତ୍ୟା ନକରି ବରଂ ସିଆଇଏକୁ ଭୁଲ ସୂଚନା ଦେବା କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ଆଫଗାନିସ୍ତାନରେ ଆମେରିକା ସମର୍ଥିତ ସରକାରର ପତନ ପରେ ତାଲିବାନ ସରକାର ସହିତ ପାକିସ୍ତାନର ସମ୍ପର୍କ ଏବଂ ଅନ୍ୟାନ୍ୟ ଆତଙ୍କି ସଂଗଠନ ସହିତ ଇସଲାମାବାଦ ସମ୍ପର୍କ ବିଷୟରେ ଜାଣିବା ଆମେରିକା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ତେବେ ପାକିସ୍ତାନରେ ଏଥିପାଇଁ ଗୁପ୍ତଚର ନିଯୁକ୍ତ କରିବା ଏବଂ ସେମାନଙ୍କ ନିକଟରୁ ସଠିକ ସୂଚନା ହାସଲ କରିବା ଏବେ ସିଆଇଏ ପାଇଁ ଗୁରୁ ଦାୟିତ୍ୱ ହୋଇଛି । ଅନେକ ସମୟରେ ଭୁଲ ସୂଚନା କାରଣରୁ ସିଆଇଏ ଏବଂ ଆମେରିକା ପ୍ରତିରକ୍ଷା ବାହିନୀକୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡୁଛି । ସଂପ୍ରତି ଚୀନ ଓ ପାକିସ୍ତାନ ମିଳିତ ଭାବରେ ଆମେରିକାର ଗୁପ୍ତଚରମାନଙ୍କୁ ଖୋଜି ଖୋଜି ହତ୍ୟା କରୁଥିବା ଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ସମ୍ମୁଖକୁ ଆସିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories