www.samajalive.in
Tuesday, December 9, 2025
16.1 C
Bhubaneswar

୧୦୦୦ କାର ଚୋରୀ କରିବା ପରେ ଶେଷରେ ଧରାପଡିଲା

ନୂଆଦିଲ୍ଲୀ: ଗୋଟିଏ ଦୁଇଟି କି ଦଶଟି ନୁହେଁ, ଗତ ତିନିବର୍ଷ ମଧ୍ୟରେ ୧୦୦୦ କାର ଚୋରୀ କରିସାରିଛନ୍ତି । କିନ୍ତୁ ସବୁଥର ପୁଲିସ ଆଖିରେ ଧୂଳିଦେଇ ଖସିଯାଉଥିଲେ । ଶେଷରେ ଦିଲ୍ଲୀ ପୁଲିସ ଏହି କୁଖ୍ୟାତ ଅପରାଧୀ ଓ କାର ଚୋରକୁ ଗିରଫ କରିବାରେ ସଫଳ ହୋଇଛି । ଦିଲ୍ଲୀ ପୁଲିସର ଆତଙ୍କବାଦ ନିରୋଧୀ ଦଳ (ଏଟିଏସ) ଏହି ଅପରାଧୀକୁ ଧରିଛନ୍ତି । ତାଙ୍କ ନାମ ଦୀପକ ରାଣା ଏବଂ ତାଙ୍କ ନାମରେ ୧୨ଟି ଲୁଟ ମାମଲା ରହିଛି । ପୁଲିସ ଦୁଇମାସ ତଳେ ତାଙ୍କର ଜଣେ ସହଯୋଗୀ ରାମଜିତଙ୍କୁ ଗିରଫ କରିଥିଲା । ଏହି ଅଭିଯୁକ୍ତ ମୁଖ୍ୟତଃ ଦିଲ୍ଲୀ ଏନସିଆର ଏବଂ ଉତ୍ତରପ୍ରଦେଶରେ ତାହାର ଲୁଟପାଟ ଚଳାଇଥିଲା । ପଚରା ଉଚରା ସମୟରେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିବା ସହିତ କହିଛି ଯେ ଚୋରୀ କରିଥିବା ଗାଡିଗୁଡିକୁ ସେ ମିରଟରେ ବିକ୍ରି କରିଛି । ଅଧିକ ତଦନ୍ତରୁ ରାଣାକୁ ତାହାର ସହଯୋଗୀମାନେ ସହାୟତା କରୁଥିବା ପୁଲିସ ଜାଣିବାକୁ ପାଇଛି ।
ପୁଲିସ କହିଛି ଯେ ଏହି ଅଭିଯୁକ୍ତ ମାତ୍ର ୩ରୁ ୫ ମିନିଟ ମଧ୍ୟରେ କାର ଚୋରୀ କରିନେଉଥିଳା । ତାହାର ଅନ୍ୟ ଜଣେ ସହଯୋଗୀ ମଣ୍ଟି ଓରଫ ଚାମ୍ପୁ କାରଗୁଡିକୁ ମିରଟ ଆଣୁଥିଲା । ସେଠାରେ ସେମାନ କାର ଲୁଚାଇ ରଖୁଥିଲେ । ତାହାପରେ ସୋଏବ ମଲିକ ନାମକ ଜଣେ ବ୍ୟକ୍ତିଙ୍କୁ କାର ହସ୍ତାନ୍ତର କରାଯାଉଥିଲା । ଜଣାଯାଇଛି ଯେ ଏଟିଏସର ଏକ ତାଲିମପ୍ରାପ୍ତ ଦଳ ରାଣା ଉପରେ ବୈଷୟିକ କୌଶଳ ବ୍ୟବହାର କରି ନଜର ରଖିଥିଲେ । ରାଣା କାର ଚୋରୀ କରି ମିରଟରେ ଲୁଚାଇ ରଖୁଥିବାର ସିସିଟିଭି ଫୁଟେଜ ମିଳିବା ପରେ ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଥିଲା । ରାଣାର ଫଟୋକୁ ପୁଲିସ ସର୍ବସାଧାରଣରେ ଜାରି କରିବା ଦ୍ୱାରା ଜନସାଧାରଣ ତାକୁ ଚିହ୍ନିବା ସହଜ ହୋଇଯାଇଥିଲା । ରାଣା ନିଜ ପନôୀକୁ ନେଇ ଶିମଳା ଯାଇଥିଲା । ସେଠାରେ ଏକ ହୋଟେଲରେ ରହିବା ସମୟରେ ପୁଲିସ ସେହିଠାରେ ତାକୁ ଗିରଫ କରିନେଇଥିଲା । ଗିରଫ ହେବା ପରେ ତାହା ନିକଟରୁ ୫ଟି କାର, ୨୨ଟି ନକଲି ଚାବି, ହାଇସିକ୍ୟୁରିଟି ନମ୍ବର ପ୍ଲେଟ, କାର ତାଲା ଏବଂ ଏୟାର ପମ୍ପ ଆଦି ଜବତ କରାଯାଇଛି । ରାଣାର ଆଉ ତିନିଜଣ ସହଯୋଗୀ ଆତ୍ମଗୋପନ କରିଛନ୍ତି । ସେମାନଙ୍କୁ ଗିରଫ କରିବାକୁ ପୁଲିସ ଖୋଜୁଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories