www.samajalive.in
Thursday, December 11, 2025
27.1 C
Bhubaneswar

ଲଗାଣ ବର୍ଷାରେ ପାରାଦୀପ ଅଞ୍ଚଳ ଜଳବନ୍ଦୀ

ପାରାଦୀପ : ବୁଧବାର ଠାରୁ ପ୍ରବଳ ବର୍ଷା ଲାଗି ରହିଥିବାରୁ ବର୍ଷାଜଳ ନିଷ୍କାସନ ହୋଇ ନପାରି ପାରାଦୀପରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ମାତ୍ରାରେ ବର୍ଷା ଲାଗି ରହିଥିବାରୁ ପାରାଦୀପ ଏବଂ ଏହାର ଉପକଣ୍ଠ ଗ୍ରାମାଞ୍ଚଳ , ବିଭିନ୍ନ କଲୋନୀ ଓ ବସ୍ତି ଅଞ୍ଚଳର ସମସ୍ତ ଘରେ ପାଣି ପଶି ଯାଇଛି। ପାରାଦୀପ ପୌରାଞ୍ଚଳର ବୃନ୍ଦାବନ କଲୋନୀ, ନୁଆବଜାର, ଭୁୟାଁକଲୋନୀ, ଭଞ୍ଜ କଲୋନୀ, ଲୋକନାଥ କଲୋନୀ, ମୁଣ୍ଡାପଡା ଓ ତ୍ରିନାଥ କଲୋନୀ ଭଳି ବସ୍ତି ଅଞ୍ଚଳର ସମସ୍ତ ଡ୍ରେନ୍ ଚୋକ୍ ହୋଇଯାଇଥିବାରୁ ପାଣି ନିଷ୍କାସନ ହୋଇ ନପାରି ଲୋକମାନଙ୍କ ଘରେ ପଶିଯାଇଛି। ଏପରିକି ପାରାଦୀପଗଡ ପଞ୍ଚାୟତର ବିଭିନ୍ନ ଗାଁରେ ମଧ୍ୟ ଲୋକ ମାନଙ୍କ ଘରେ ପାଣି ପଶିଯାଇ ଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଉ ନଥିବାରୁ ପାରାଦୀପଗଡ ଗ୍ରାମବାସୀ ପଞ୍ଚାୟତ କାର୍ୟ୍ୟାଳୟରେ ତାଲା ପକାଇଛନ୍ତି। ସେହିଭଳି ନୂଆଗଡ ପଞ୍ଚାୟତ,ବିଶ୍ୱାଳି ପଞ୍ଚାୟତ, ଭୁତମୁଣ୍ଡାଇ ପଞ୍ଚାୟତରେ ବର୍ଷା ପାଣି ପଶି ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛି। ବର୍ଷାଜଳ ନିଷ୍କାସନ ହୋଇନପାରି ଲୋକଙ୍କ ଘରଭିତରେ ପଶୁଥିବାର ଦେଖିବାକୁ ମିଳିଛି। ଲୋକେ ବର୍ଷା ପାଣିରୁ ତ୍ରାହି ପାଇବା ପାଇଁ ଥାଳି ତାଟିଆ ଧରି ସକାଳ ଠାରୁ ପାଣି ବୋହୁଥିବାର ଦେଖା ଦେଇଛି। ନିକଟରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟରେ ପାଣି ପଶିବାରୁ ସ୍କୁଲ ମଧ୍ୟ ଛୁଟି କରାଯାଇଛି। ଡ୍ରେନର ସଫେଇ କାର୍ୟ୍ୟ ହେଉନଥିବା ବେଳେ ବର୍ଷା ଜଳ ପ୍ରବାହିତ ହୋଇନପାରି ସ୍କୁଲହତା ଓ ଗ୍ରାମର ଗଳି କନ୍ଦି ରାସ୍ତାରେ ପାଣି ପଶିବାରେ ଲାଗିଛି। ପାରାଦୀପରେ ମୋଟ ୪୧୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories