Patra electronics

ସମୀରଙ୍କ ନିମାପଡା ଫର୍ମୁଲା-ପଞ୍ଚାୟତର ଦଳୀୟ ନେତା ଓ ଅସନ୍ତୁଷ୍ଠ ନେତା ଓ କର୍ମୀଙ୍କୁ ନେଇ ଚାଲିଛି ଗୁପ୍ତ ବୈଠକ

ପିପିଲି: ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପରେ ପିପିଲି ବିଜେଡି ମୂରବୀ ଶୂନ୍ୟ ହୋଇ ପଡିଥିବା ବେଳେ ନିମାପଡା ବିଧାୟକ ତଥା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଦଳ ପକ୍ଷରୁ ଏଠାରେ ସଂଗଠନ ଦାୟିତ୍ୱ ଦିଆଯାଇଥିଲା। ମୂରବୀଶୂନ୍ୟ ହେବା ପରେ ଯାହା ହୁଏ ଏଠାରେ ଠିକ୍‍ ସେୟା ହୋଇଥିଲା। ଅଞ୍ଚଳର ତୁଙ୍ଗନେତାଙ୍କ ମଧ୍ୟରେ ବୃଦ୍ଧି ପାଇଥିବା ଦଳୀୟ କନ୍ଦଳକୁ ସଜାଡିବାରେ ସମୀର ନିଜର ନିମାପଡା ଫର୍ମୁଲାକୁ ପ୍ରୟୋଗ କରିଥିଲେ। ନିର୍ବାଚନ ପରିଚାଳନା କରିବାରେ ମାହିର ଥିବା ସମୀର ବିିଭିନ୍ନ ପଞ୍ଚାୟତର ଦଳୀୟ ନେତା ଓ ଅସନ୍ତୁଷ୍ଠ ନେତା ଓ କର୍ମୀଙ୍କୁ ନେଇ ଏକାଧିକ ଥର ଗୁପ୍ତ ବୈଠକ କରିଥିଲେ। ଏବେ ସେ ବିଭିନ୍ନ ପଞ୍ଚାୟତରେ ଦଳର ଏକାଧିକ ଟିମ୍‍ ଗଠନ କରି ସେଗୁଡିକୁ ନିଜ ନିୟନ୍ତ୍ରଣରେ ରଖି ନିର୍ବାଚନ ପରିଚାଳନା କରୁଥିବା ସୂଚନା ମିଳିଛି। କେତେବେଳେ ସମୀର କୁଆଡେ ଯାଉଛନ୍ତି, କାହା ସହ ମିଶୁଛନ୍ତି ଓ କଣ ଆଲୋଚନା କରୁଛନ୍ତି ତାହା ଏଠାକାର ନେତାମାନେ ମଧ୍ୟ ଟେର୍‍ ପାଇପାରୁନାହାନ୍ତି।

 

ଅଞ୍ଚଳର ଯୁବ ଓ ଛାତ୍ରନେତାଙ୍କୁ ନେଇ ସେ ଅଲଗା ଟିମ୍‍ ଗଠନ କରି ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି। ବିରୋଧି ଶିବିରର ବହୁ ତୁଙ୍ଗନେତାଙ୍କୁ ଦଳରେ ସାମିଲ କରାଇ ସେମାନଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିଛନ୍ତି। ଦଳ ଦୁର୍ବଳ ସ୍ଥିତିରେ ଥିବା ବିଭିନ୍ନ ପଞ୍ଚାୟତରେ ସେ ୩ରୁ ୪ଟି ଟିମ୍‍ ଗଠନ କରି ସେଠାରେ ଦଳର ଭୋଟ୍‍ହାର ବୃଦ୍ଧି କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏବେ ଗୋଟିଏ ଛାତ ତଳେ ଦଳର ସମସ୍ତ ସନ୍ତୁଷ୍ଟ ଓ ଅସନ୍ତୁଷ୍ଟଙ୍କୁ ଏକାଠି କରାଇବାରେ ସଫଳ ହୋଇଥିବା ସମୀରଙ୍କ ଏହି ନିମାପଡା ଫମୁଲା କେତେଦୂର କାମ ଦେଉଛି ତାହା ନିର୍ବାଚନ ଭୋଟ୍‍ ଗଣତି ପରେ ଜଣାପଡିବ।

Comments are closed.