ପାକ୍‍ ରାଷ୍ଟ୍ରପତିଙ୍କ ପିତା ଥିଲେ ନେହେରୁଙ୍କ ଦନ୍ତ ଚିକିତ୍ସକ

0

ଇସ୍‍ଲାମାବାଦ : ପାକିସ୍ତାନର ନବ ନିର୍ବାଚିତ ରାଷ୍ଟ୍ରପତି ଡକ୍ଟର ଆରିଫ ଆଲଭିଙ୍କର ଭାରତ ସହିତ ନିବିଡ଼ ସମ୍ବନ୍ଧ ରହିଛି। ଆରିଫଙ୍କ ପିତା ଡାକ୍ତର ହବିବ୍‍ ଉର ରହମାନ ଇଲାହି ଆଲଭି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କର ଦନ୍ତ ଚିକିତ୍ସକ ଥିଲେ। ପାକିସ୍ତାନ ତେହରିକ୍‍-ଇ-ଇନ୍‍ସାଫ (ପିଟିଆଇ) ଦ୍ୱାରା ଏହାର ୱେବ୍‍ସାଇଟରେ ପ୍ରଦର୍ଶିତ ଆରିଫଙ୍କର କ୍ଷୁଦ୍ର ଜୀବନୀରେ ଏହା ଉଲ୍ଲିଖିତ ରହିଛି। ନେହେରୁଙ୍କ ଦ୍ୱାରା ଲିଖିତ ଅନେକ ଚିଠି ଆରିଫ୍‍ଙ୍କ ପରିବାର ନିକଟରେ ରହିଛି। ଏତଦ୍‍ବ୍ୟତୀତ ଆରିଫ୍‍ ହେଉଛନ୍ତି ପାକିସ୍ତାନର ଅନ୍ୟତମ ରାଷ୍ଟ୍ରପତି ଯାହାଙ୍କ ପରିବାର ଦେଶ ବିଭାଜନ ପରେ ଭାରତରୁ ପାକିସ୍ତାନକୁ ଚାଲିଯାଇଥିଲେ। ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମାମନୁନ ହୁସେନଙ୍କ ପରିବାର ଆଗ୍ରାର ଏବଂ ଜେନେରାଲ ପରଭେଜ୍‍ ମୁଶରଫଙ୍କ ପିତାମାତା ନୂଆଦିଲ୍ଲୀର ମୂଳବାସିନ୍ଦା।

Leave A Reply