ଆଧାର ନ ଥିଲେ ନାମ ଲେଖାଇବାକୁ ମନା କରିପାରିବ ନାହିଁ ସ୍କୁଲ

0

ନୂଆଦିଲ୍ଲୀ : ଆଧାର କାର୍ଡ ନ ଥିବା ସ୍ଥଳେ କୌଣସି ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାକୁ ସ୍କୁଲଗୁଡିକ ମନା କରିପାରିବେ ନାହିଁ ବୋଲି ଭାରତୀୟ ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏ ନେଇ ପ୍ରାଧିକାରଣ ପକ୍ଷରୁ ବିଧିବଦ୍ଧ ଭାବେ ଏକ ସର୍କୁଲାର ଜାରି କରାଯାଇଛି। କେବଳ ଆଧାରକାର୍ଡ ପାଇଁ ଯେଭଳି କୌଣସି ଶିଶୁ ସେମାନଙ୍କ ଅଧିକାର ପାଇବାର ବଞ୍ଚିତ ନ ହୁଅନ୍ତି ସେ ଦିଗରେ ଯତ୍ନଶୀଳ ହେବାକୁ ଉକ୍ତ ସର୍କୁଲାରରେ ୟୁଆଇଡିଏଆଇ ପକ୍ଷରୁ ଦର୍ଶାଯାଇଛି। ଏଥିସହ ସ୍କୁଲ ପରିସରରେ ଆଧାର କାର୍ଡ ପ୍ରସ୍ତୁତି ନିମନ୍ତେ ସ୍ୱତନ୍ତ୍ର ଶିବିର ଆୟୋଜନ କରିବା ନେଇ ସ୍ଥାନୀୟ ବ୍ୟାଙ୍କ, ପୋଷ୍ଟ ଅଫିସ, ଶିକ୍ଷା ବିଭାଗ ଏବଂ ଜିଲା ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ସ୍କୁଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଆଧାର କାର୍ଡ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଅନ୍ୟ ପରିଚୟ ପତ୍ର ବ୍ୟବହାର ପୂର୍ବକ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ସ୍କୁଲଗୁଡିକୁ ୟୁଆଇଡିଏଆଇ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଆଧାରକାର୍ଡ ନ ଥିବା ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାକୁ ସ୍କୁଲଗୁଡିକ ମନା କରୁଥିବା ନେଇ ଅନେକ ଅଭିଯୋଗ ମିଳିବା ପରେ ୟୁଆଇଡିଏଆଇ ଏହି ପଦକ୍ଷେପ ଗ୍ରହଣ କରିଛି।

Leave A Reply