www.samajalive.in
Tuesday, December 9, 2025
17.1 C
Bhubaneswar

କୋଭିଡ ଚିକିତ୍ସା ଔଷଧ ତାଲିକାରୁ ବାଦପଡିଲା ଆଇଭରମେକଟିନ ଓ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ

ନୂଆଦିଲ୍ଲୀ: ଦେଶରେ ବୟସ୍କ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଔଷଧ ତାଲିକାରୁ ଆଇଭରମେକଟିନ ଏବଂ ହାଇଡ୍ରୋକ୍ସିକ୍ଲୋରୋକ୍ୱିନକୁ ବାଦ୍‍ ଦିଆଯାଇଛି। ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ଏଥିପାଇଁ ପ୍ରସ୍ତୁତ ସଂଶୋଧିତ ଔଷଧ ଚିଠାରେ ଏହି ଦୁଇ ଔଷଧର ନାମ ସ୍ଥାନ ପାଇନାହିଁ। କୋଭିଡ-୧୯ର ସଫଳ ଚିକିତ୍ସା କ୍ଷେତ୍ରରେ ଏହି ଦୁଇ ଔଷଧର ପ୍ରଭାବୀ ଗୁଣ ସମ୍ପର୍କରେ ଯଥେଷ୍ଟ ପ୍ରମାଣ ନମିଳିବା କାରଣରୁ ଏହି ଦୁଇ ଔଷଧକୁ ବାଦ ଦିଆଯାଇଥିବା ଜଣାଯାଇଛି। ହାଇଡ୍ରୋକ୍ଲୋରୋକ୍ୱିନକୁ ଆଜିଥ୍ରୋମାଇସିନ ସହିତ ମିଶାଇ ବ୍ୟବହାର କରାଯିବା ଦ୍ୱାରା ଆଡ୍ରେସ ଡ୍ରଗ ଇଫେକ୍ଟ (ଏଡିଇ) ଭଳି ବର୍ଦ୍ଧିତ ଆପଦ ରହୁଥିବାବେଳେ ଆଇଭରମେକଟିନ ଏକ ପାରାସାଇଟ ପ୍ରତିରୋଧକାରୀ ଔଷଧ ଯାହା ମୂଷା, ଉକୁଣି, କୀଟ ଓ ଅନ୍ୟାନ୍ୟ ଦ୍ୱାରା ସୃଷ୍ଟି ସଂକ୍ରମଣର ଚିକିତ୍ସାରେ ବ୍ୟବହାର କରାଯାଉଛି। ହାଇଡ୍ରୋକ୍ସିକ୍ଲୋରୋକ୍ୱିନକୁ ମୁଖ୍ୟତଃ ମ୍ୟାଲେରିଆ ରୋଗର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories