www.samajalive.in
Wednesday, December 10, 2025
26.1 C
Bhubaneswar

ମହିଳା ଡିଗ୍ରୀ ମହାବିଦ୍ୟାଳୟ କଣ୍ଟାବାଞ୍ଜିକୁ ଅନୁବନ୍ଧିତ କଲା ରାଜେନ୍ଦ୍ର ନାରାୟଣ ବିଶ୍ଵବିଦ୍ୟାଳୟ

ଗତ ତା ୨୫.୦୬.୨୦୨୧ରେ ପିଜି କାଉନସିଲ୍ ଅଧ୍ୟକ୍ଷା ଦିପ୍ତୀ ମଞ୍ଜରୀ ମେହେର ଙ୍କ ନେତୃତ୍ୱରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରୁ ଏକ ତିନି ଜଣିଆ ବିଶ୍ଵବିଦ୍ୟାଳୟ ପ୍ରତିନିଧି ଦଳ ମହାବିଦ୍ୟାଳୟ ପରିଦର୍ଶନ କରି ମହାବିଦ୍ୟାଳୟର ଆବଶ୍ୟକ କାଗଜପତ୍ର, ଶ୍ରେଣୀଗୃହ, ପାଠାଗାର, ଶୌଚାଳୟ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ସଂଖ୍ୟା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଅଛିକି ନାହିଁ ଯାଞ୍ଚ କରିଥିଲେ । ଏହି ଦଳର ସୁପାରିଶ ଓ ତା ୨୨,୦୯,୨୦୨୧ରେ ବିଶ୍ଵବିଦ୍ୟାଳୟର ପ୍ରଥମ ସିଣ୍ଡିକେଟ ବୈଠକରେ ସିଣ୍ଡିକେଟର ଅନୁମୋଦନ କ୍ରମେ, ୨୦୨୦-୨୧ ଶିକ୍ଷା ବର୍ଷରୁ ମହିଳା ଡିଗ୍ରୀ ମହାବିଦ୍ୟାଳୟ କୁ ଅନୁବନ୍ଧିତ କରାଯାଇଅଛି। ଏଥିପାଇଁ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ, ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଉମା ବଲ୍ଲଭ ପାଣିଗ୍ରାହୀ ତଥା ସିଣ୍ଡିକେଟର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ, ମହାବିଦ୍ୟାଳୟର  ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଅଭିଭାବକ ସର୍ବୋପରି କଣ୍ଟାବାଞ୍ଜି ଅଞ୍ଚଳର ଜନସାଧାରଣ ଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ ସେ କହିଛନ୍ତି ସେ ଯଦିଓ ବର୍ତ୍ତମାନ ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ, ସେ ଦିନେ ରାଜେନ୍ଦ୍ର ମହାବିଦ୍ୟାଳୟ ର ଛାତ୍ର ଥିଲେ ଏବଂ ଏହି ନୂତନ ବିଶ୍ଵବିଦ୍ୟାଳୟ ତାଙ୍କର ମାତୃ ଶିକ୍ଷାନୁଷ୍ଠାନ। ଏଣୁ ପୁଣିଥରେ ସେହି ଶିକ୍ଷାନୁଷ୍ଠାନରେ ଜଡ଼ିତ ହୋଇଥିବାରୁ ସେ ନିଜକୁ ସୌଭାଗ୍ୟ ବାନ୍ ମନେକରନ୍ତି ତତ୍ ସଙ୍ଗେ ସଙ୍ଗେ ସେ ଆହୁରି କହିଛନ୍ତି ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଅନୁବନ୍ଧିତ ଥିବା ସମୟରେ ମହାବିଦ୍ୟାଳୟର ବିଭିନ୍ନ କାମରେ ଗସ୍ତ କଲେ ଯେଉଁ ସମୟ ନଷ୍ଟ ହେଉଥିଲା ଓ ଖର୍ଚ୍ଚ ହେଉଥିଲା ତାହା ବହୁପରୀମାଣରେ ହ୍ରାସ ପାଇବ ଏବଂ ଛାତ୍ର ଛାତ୍ରୀ ମାନେ ମଧ୍ୟ ସୁବିଧାରେ ତାଙ୍କର ବିଭିନ୍ନ ଅସୁବିଧା ଦୂର୍ କରିପାରିବେ।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories