www.samajalive.in
Thursday, December 11, 2025
15.1 C
Bhubaneswar

୨୦୨୫ ସୁଦ୍ଧା ଓଡ଼ିଶାରୁ ବାର୍ଷିକ ୧ ଲକ୍ଷ କୋଟି ଟଙ୍କା ରପ୍ତାନି ଲକ୍ଷ୍ୟ

ଭୁବନେଶ୍ୱର: ଆଗାମୀ ୨୦୨୫ ସୁଦ୍ଧା ରାଜ୍ୟରୁ ବାର୍ଷିକ ୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ରପ୍ତାନି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିସହିତ ଦେଶର ଅଗ୍ରଣୀ ରପ୍ତାନିକାରୀ ରାଜ୍ୟଗୁଡିକର ତାଲିକାରେ ଓଡ଼ିଶାକୁ ସ୍ଥାନ ଦେବାକୁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। ଚଳିତ ବର୍ଷର ପ୍ରଥମ ତିନିମାସ ମଧ୍ୟରେ ରାଜ୍ୟରୁ ୪୧,୦୦୦ କୋଟି ଟଙ୍କା ମୂଲ୍ୟର ରପ୍ତାନି ହୋଇସାରିଛି। ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ପ୍ରମୁଖ ପରାମର୍ଶଦାତା ଏ କେ ତ୍ରିପାଠୀଙ୍କ ସୂତ୍ରକୁ ଉଦ୍ଧାର କରି ଖବର ସରବରାହ ସଂସ୍ଥା ପିଟିଆଇ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶା ସଂପ୍ରତି ଦେଶର ଇସ୍ପାତ ରାଜଧାନୀରେ ପରିଣତ ହୋଇଛି। ଏଥିସହିତ ରାଜ୍ୟରେ ଦୁଇଟି ଆଲୁମିନିୟମ ପାର୍କ ସ୍ଥାପନ କରାଯାଉଛି। ଏସବୁକୁ ନେଇ ରାଜ୍ୟ ଦେଶର ଏକ ଅଗ୍ରଣୀ ରପ୍ତାନିକାରୀ ରାଜ୍ୟରେ ପରିଣତ ହେବାକୁ ଯାଉଛି।
ଆଜାଦି କା ଅମୃତ ମହୋତ୍ସବର ଅଂଶବିଶେଷ ଭାବରେ ଏଠାରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ବାଣିଜ୍ୟ ବିଭାଗ ଏବଂ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟ ଏମଏସଏମଇ ଏବଂ ଶିଳ୍ପ ବିଭାଗ ସହଯୋଗରେ ବାଣିଜ୍ୟ ଉତ୍ସବ ଆୟୋଜନ କରାଯାଇଥିଲା। ସେହି ଅବସରରେ ପ୍ରକାଶ କରି ରାଜ୍ୟ ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଥିଲେ ଯେ ରାଜ୍ୟରେ ଖଣି, ଖଣିଜ ସଂପଦ, ଦୀର୍ଘ ସାମୁଦ୍ରିକ ଉପକୂଳ ରେଖା, କୃଷି ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସଂପଦ ଭରି ରହିଛି ଏବଂ ଏହା ଦେଶର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ନିଜର ଅବଦାନ ରଖୁଛି। ଚଳିତ ବର୍ଷର ପ୍ରଥମ ତିନିମାସରେ ରାଜ୍ୟରୁ ୪୧ହଜାର କୋଟି ଟଙ୍କା ମୂଲ୍ୟର ରପ୍ତାନି କରାଯାଇସାରିଛି। ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଥିଲେ, ଭବିଷ୍ୟତର ରପ୍ତାନି ନୀତି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଆଗାମୀ ୨୫ ବର୍ଷକୁ ଆଖି ଆଗରେ ରଖି ଚିନ୍ତା କରାଯାଉଛି। ଏହାଦ୍ୱାରା ଭାରତ ତାହାର ସ୍ୱାଧୀନତାରେ ୧୦୦ ବର୍ଷ ପୂରଣ କରୁଥିବାବେଳେ ଓଡ଼ିଶା ତାହାକୁ ସ୍ମରଣୀୟ କରିପାରିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories