www.samajalive.in
Saturday, December 13, 2025
17.1 C
Bhubaneswar

ମନୋରମା ମହାପାତ୍ର ନାରୀଜାତି ପାଇଁ ପ୍ରେରଣାର ଉତ୍ସ 

ଆଠଗଡ :  ଆଠଗଡସ୍ଥିତ ଗୋପବନ୍ଧୁ ମହିଳା କଲେଜରେ ବିଶିଷ୍ଟ ସାହିତ୍ୟିକା, କବୟିତ୍ରୀ, ବାଗ୍ମୀ, ଶିକ୍ଷାବିତ୍‍ ତଥା ସମାଜର ପୂର୍ବତନ କାର୍ଯ୍ୟକାରୀ ସଂପାଦିକା  ସ୍ୱର୍ଗତ ଡଃ ମନୋରମା ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରାଯିବା ସହ ସୋମବାର ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ଗୋପବନ୍ଧୁ କନିଷ୍ଠ ମହିଳା କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର ନାରୀ ସଶକ୍ତିକରଣ ଓ ନାରୀଶିକ୍ଷାର ପ୍ରସାର ପାଇଁ ଶ୍ରୀମତୀ ମହାପାତ୍ରଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ ଏବଂ ସେ ସମଗ୍ର ନାରୀଜାତି ପାଇଁ ପ୍ରେରଣାର ଉତ୍ସ ବୋଲି ପ୍ରକାଶ କରିଥିଲେ। ଆଠଗଡରେ ନାରୀଶିକ୍ଷାର ପ୍ରସାର ପାଇଁ ୧୯୯୦ମସିହାରେ ଗୋପବନ୍ଧୁ ମହିଳା କଲେଜ ସ୍ଥାପନ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ଏବଂ ସେ ୧୫ବର୍ଷ ଧରି ଏହି କଲେଜର କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ନିର୍ବାହ କରିବା ସମୟରେ କଲେଜର ଉନ୍ନତି ପାଇଁ ଅହରହ ଉଦ୍ୟମ କରିଥିଲେ ବୋଲି ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜ ଅଧ୍ୟକ୍ଷା ସଂଗୀତା ମହାପାତ୍ର ପ୍ରକାଶ କରିଥିଲେ।

ବରିଷ୍ଠ ଅଧ୍ୟାପିକା ସ୍ନେହଲତା ତ୍ରିପାଠୀ ଶ୍ରୀମତୀ ମହାପାତ୍ରଙ୍କର ବହୁମୁଖୀ ପ୍ରତିଭା ବିଶେଷକରି ସାରସ୍ୱତ ସାଧନା, ଅଧ୍ୟାପନା, ସାମ୍ବାଦିକତା ଏବଂ ବିଭିନ୍ନ ଅନୁଷ୍ଠାନରୁ ତାଙ୍କୁ ମିଳିଥିବା ସମ୍ମାନ ଓ ଉପାଧି ସମ୍ପର୍କରେ ଆଲୋକପାତ କରିଥିଲେ। ଶିଶୁ କବିତାରେ ସାହିତ୍ୟ ଏକାଡେମୀ ପୁରସ୍କାର, ଗଙ୍ଗାଧର ମେହର ସମ୍ମାନ, ମାୟାଧର ମାନସିଂହ ସମ୍ମାନ ସହିତ ଶତାଧିକ ସମ୍ମାନର ଅଧିକାରୀ ହୋଇପାରିଥିଲେ ଶ୍ରୀମତୀ ମହାପାତ୍ର ବୋଲି ଅଧ୍ୟାପିକା ଶ୍ରୀମତୀ ତ୍ରିପାଠୀ ପ୍ରକାଶ କରିଥିଲେ। ସେହିପରି ଅଧ୍ୟାପିକା ସ୍ମିତା ମହାପାତ୍ର ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ୱରଚିତ କବିତା ପାଠ କରିଥିଲେ। ଅଧ୍ୟାପିକା ପ୍ରମୋଦିନି ଜେନା କଲେଜର ଅଧ୍ୟାପିକାମାନଙ୍କ ସହ ତାଙ୍କର ସମ୍ପର୍କ ଓ ବିଭିନ୍ନ ସମୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ନିଜର ଅଭିଜ୍ଞତା ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଶ୍ରୀମତୀ ମହାପାତ୍ରଙ୍କର ଫଟୋଚିତ୍ରରେ ଅଧ୍ୟକ୍ଷା ଓ ଅଧ୍ୟାପିକାବୃନ୍ଦ ସାମୁହିକ ମାଲ୍ୟାର୍ପଣ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‍ଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ। ଏହି ସ୍ମୃତିସଭାରେ ଉଭୟ କଲେଜର ସମସ୍ତ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀ ଯୋଗଦାନ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories