www.samajalive.in
Monday, December 8, 2025
14.1 C
Bhubaneswar

ଡୁଡୁନ ଫାଉଣ୍ଡେସନ ପକ୍ଷରୁ ଅସହାୟ ମହିଳାଙ୍କୁ ସହାୟତା ପ୍ରଦାନ 

ବୌଦ୍ଧ  : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ମସିଣାଗୋରା ଗ୍ରାମରେ ରହନ୍ତି ସେବ ଭୋଇ । ଗୋଟିଏ ପୁଅ ଏବଂ ଗୋଟିଏ ଝିଅକୁ ନେଇ ସଂସାର । ଦୁଇବର୍ଷ ହେବ ସ୍ବାମୀ ଆରପାରିକୁ ଚାଲିଯିବା ପରେ ଖୁବ ଅସହାୟ ହୋଇ ପଡିଛନ୍ତି ସେ । ସରକାରୀ ସହାୟତା କହିଲେ ବିଧବା ଭର୍ତ୍ତା ଏବଂ ରାସନ କାର୍ଡ ପାଇଛନ୍ତି । ଦୁଇ ପିଲାଙ୍କୁ ପାଠପଢାଇ ଭଲ ମଣିଷ କରିବା ଲକ୍ଷ୍ୟର ଜମି ସମେତ କାର୍ଡ ଦୁଇଟି ମଧ୍ୟ ମହାଜନ ପାଖରେ ବନ୍ଧା ପଡିଛି । ଏବେ ମୂଲଲାଗି ପରିବାର ପ୍ରତିପୋଷଣ କରୁଛନ୍ତି । କାମ ନପାଇଲେ ବେଳେ ଖାଇ ବେଳେ ଉପାସରେ ରହୁଛନ୍ତି । ଏପରି ଏକ ଦୁଃଖଭରା ଜୀବନ ବଞ୍ଚୁଥିବା ସେବଙ୍କ ବିଷୟରେ ଖବର ପାଇ ଭୁବନେଶ୍ବର ସ୍ଥିତ ଡୁଡୁନ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ଡଃ ବନ୍ଦନା ହରିଚନ୍ଦନଙ୍କ ନେତୃତ୍ବରେ ବୌଦ୍ଧ ଜିଲ୍ଲା ସଭାପତି ଶମ୍ଭୁ ପ୍ରସାଦ ସେଠୀ ତାଙ୍କ ଘରକୁ ଆସି ସାମ୍ବାଦିକ ବଂଶୀଧର ମାଝୀଙ୍କ ଉପସ୍ଥିତିରେ ୧୫ ଦିନର ରାସନ, ପନିପରିବା ଏବଂ ଅର୍ଥରାଶି ପ୍ରଦାନ କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories