www.samajalive.in
Monday, December 8, 2025
17.1 C
Bhubaneswar

ଆଠଗଡ ବ୍ଲକର ନୂତନ କ୍ରୀଡା ସଂପାଦକ ନିର୍ବାଚିତ

ଆଠଗଡ: ଆଠଗଡ ବ୍ଲକ ଅଧିନରେ ଥିବା ୩୬ଟି ହାଇସ୍କୁଲକୁ ନେଇ ଗଠିତ ବ୍ଲକ କ୍ରୀଡା ସଂସଦର ନୂତନ ସଂପାଦକ ଭାବେ ଜେନାପଦା ହାଇସ୍କୁଲର କ୍ରୀଡାଶିକ୍ଷକ ବିଜୟ କୁମାର ସାହୁ ନିର୍ବାଚିତ ହୋଇଛନ୍ତି। ଆଠଗଡ ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ କ୍ରୀଡା ସଂସଦର ସମସ୍ତ କର୍ମକର୍ତ୍ତା ଯୋଗଦାନ କରିଥିଲେ। ପୂର୍ବରୁ ଆଠଗଡ ବ୍ଲକ କ୍ରୀଡା ସଂସଦର ସଂପାଦକ ଦାୟିତ୍ୱରେ ଥିବା ବିଶ୍ୱନାଥ ବିଦ୍ୟାପୀଠର ପ୍ରାକ୍ତନ କ୍ରୀଡାଶିକ୍ଷକ ଭାଗ୍ୟଧର ପ୍ରଧାନଙ୍କର କୋଭିଡ ଆକ୍ରାନ୍ତ ହୋଇ ପରଲୋକ ହେବା ପରେ ଏହି ପଦବୀ ଖାଲି ପଡିଥିଲା।

ଏହି ବୈଠକରେ ଧୁରୁଷିଆ ପଞ୍ଚାୟତ ହାଇସ୍କୁଲ କ୍ରୀଡାଶିକ୍ଷକ ରବିନାରାୟଣ ମହାନ୍ତି, ପ୍ରସ୍ତାବକ ଓ କଣ୍ଡରେଇର ଶ୍ୟାମସୁନ୍ଦର ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଗୈାରାଙ୍ଗ ଚରଣ ପ୍ରଧାନ ଜେନାପଦା ହାଇସ୍କୁଲର କ୍ରୀଡାଶିକ୍ଷକ ବିଜୟ କୁମାର ସାହୁଙ୍କ ନାମକୁ ସଂପାଦକ ଭାବେ ସମର୍ଥନ କରିବା ପରେ ତାଙ୍କୁ କ୍ରୀଡା ସଂସଦର ସଂପାଦକ ଭାବେ ସର୍ବସମ୍ମତ ଭାବେ ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ସାମଲ ଘୋଷଣା କରିଥିଲେ। ଡିଆରସିସି ନବକିଶୋର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସହକାରୀ ବ୍ଲକ ଶିକ୍ଷାଧିକାରୀ ଏବିଇଓ ନିତ୍ୟାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories