www.samajalive.in
Monday, December 8, 2025
17.1 C
Bhubaneswar

ରାସ୍ତା ପାଲଟିଛି ମରଣ ଯନ୍ତା

କଣ୍ଟାମାଳ: କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ପଥର୍ଲା ଗ୍ରାମର ତେଲ ନଦୀ ଅବବାହିକାରେ ଅବସ୍ଥିତ ମନମୁଣ୍ଡା ଠାରୁ କଣ୍ଟାମାଳ ପର୍ୟ୍ୟନ୍ତ ଏ ଗାଁ କୁ ଛାଡିଦେଲେ କେଉଁଠି ମଧ୍ୟ ନଦୀକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ଆଉ ଗୋଟିଏ କଥା ହେଲା ଏହି ଗାଁର ନଦୀ କୂଳରେ ଭାରତ ସରକାରଙ୍କ ହୀରାକୁଦ ଗେଜ ହାଉସ ନାମକ ଏକ ଅଫିସ ମଧ୍ୟ ଅଛି। ଏହି ଅଫିସରେ ତେଲ ନଦୀର ପାଣି ସମ୍ପର୍କରେ ହୀରାକୁଦ ଡେମକୁ ସୂଚନା ଦିଆଯାଏ। ଏଠାକୁ ପ୍ରତିଦିନ ଦୁଇଜଣ ଏହି ଅଫିସର କର୍ମଚାରୀ ଆସନ୍ତି। ଏହି ଗାଁ ଲୋକେ ମଧ୍ୟ ଏହି ନଦୀ ଉପରେ ନିତ୍ୟ ସ୍ନାନ ଶୌଚ ପାଇଁ ନିର୍ଭର କରନ୍ତି। କିନ୍ତୁ ଏହି ରାସ୍ତାଟି ପାଇଁ ଲୋକମାନେ ନାହିଁ ନ ଥିବା ହଇରାଣ ହରକତ ହୁଅନ୍ତି।

ଏହି ରାସ୍ତା ଦେଇ ଗବଜୋରରୁ ବୈଦ୍ୟନାଥ ଦେଇ ଯାଇଥିବା (ଫେରିଘାଟ) ଡ଼ଙ୍ଗା ଘାଟକୁ ପ୍ରତିଦିନ ଶହ ଶହ ଲୋକ ଏ ରାସ୍ତା ଦେଇ ଯିବା ଆସିବା କରନ୍ତି। ଏ ଡ଼ଙ୍ଗା ଘାଟରୁ ବର୍ଷକୁ ଲକ୍ଷାଧିକ ଟଙ୍କା ସରକାରଙ୍କ ରାଜକୋଷକୁ ଯାଇଥାଏ। କିନ୍ତୁ ତା ସତ୍ୱେ ବି ରାସ୍ତାର ଅବସ୍ଥା କହିଲେ ନ ସରେ। ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବିଡ଼ିଓ, ଜିଲ୍ଲାପାଳ ପର୍ୟ୍ୟନ୍ତ ଅଭିଯୋଗ କରି ସାରିଲେଣି କିନ୍ତୁ ପ୍ରଶାସନ ପାଖରେ ଯେତେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଯଦି ଆଗାମୀ ଦିନରେ ଏ ଅଭିଯୋଗକୁ ପ୍ରଶାସନ ଭିତ୍ତିହୀନ ମନେ କରେ ତାହାହେଲେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ଆମେ କଣ୍ଟାମାଳ ବିଡ଼ିଓ ବନ୍ଦନା ଖଟୁଆଙ୍କ ସହ ଯୋଗାଯୋଗ କରିବାରୁ ସେ ଏ ରାସ୍ତାଟିକୁ ଅତି ଶୀଘ୍ର କରିଦେବା ପାଇଁ କନିଷ୍ଠ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଏହି ଗାଁର ନଦୀ କୂଳରେ ସରକାରୀ କାର୍ୟ୍ୟାଳୟ ଥାଇ ମଧ୍ୟ ଏ ରାସ୍ତାର ଅବସ୍ଥା ଏମିତି ତାହାହେଲେ ଆଖପାଖ ଗାଁର ଅବସ୍ଥା କେମିତି ଥିବ?

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories