www.samajalive.in
Monday, December 8, 2025
20.1 C
Bhubaneswar

ବନ୍ୟା ବିପନ୍ନଙ୍କୁ ବିଜେପିର ରିଲିଫ ବଣ୍ଟନ

ଆଠଗଡ: ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଆଠଗଡ ମଧ୍ୟଦେଇ ଯାଇଥିବା ସାପୁଆ ଓ କଣ୍ଟିଆ ନଦୀର ବନ୍ୟା ଆସି ୬ଟି ପଞ୍ଚାୟତର ୧୯ଟି ଗାଁ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା। ଆଠଗଡ ଭାରତୀୟ ଜନତା ପାର୍ଟି ପକ୍ଷରୁ ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଠଗଡ ବ୍ଲକର ତରଡିଙ୍ଗ, ଦହିସରା, ବାଇଲୋ, ଇଚ୍ଛାପୁର, ଗୁଡୁପଡା ଓ ରେଗେଡାପଡା ଆଦି ଗ୍ରାମରେ ଜଳବନ୍ଦିରେ ରହିଥିବା ଶତାଧିକ ଲୋକଙ୍କୁ ବୁଧବାର ସନ୍ଧ୍ୟାରେ ଶୁଖିଲାଖାଦ୍ୟ ବଣ୍ଟନ କରିଥିଲେ। ସାପୁଆନଦୀର ବନ୍ୟା ଦାଉରୁ ଗ୍ରାମାଞ୍ଚଳ ଓ ଆଠଗଡ ସହରାଞ୍ଚଳ ଲୋକଙ୍କୁ କିପରି ରକ୍ଷା କରାଯାଇପାରିବ ସେ ଦିଗରେ ପଦକ୍ଷେପ ସ୍ୱରୂପ ନଦୀବନ୍ଧଙ୍କୁ ଉଚ୍ଚା ଓ ସୁଦୃଢ କରିବାକୁ ଶ୍ରୀ ରାୟ ଦାବି କରିଥିଲେ। ଶ୍ରୀ ରାୟଙ୍କ ସହିତ ୧ନଂ ଜୋନ ମଣ୍ଡଳ ସଭାପତି ନୂତନ କୁମାର ରାଉତ, ଆଠଗଡ ନଗର ମଣ୍ଡଳ ସଭାପତି ନଚିକେତା ପରମାଣିକ, ଜଗଦାନନ୍ଦ ତ୍ରିପାଠୀ, ବିଚିତ୍ରାନନ୍ଦ ଜେନା, ମିଥୁନ ମଲ୍ଲିକ, ପ୍ରଦୀପ ମହାପାତ୍ର, ପ୍ରମୋଦ ନାୟକ ଓ ରମାକାନ୍ତ ସେନାପତିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ବନ୍ୟାଞ୍ଚଳ ପରିଦର୍ଶନ କରି ବିପନ୍ନଙ୍କୁ ରିଲିଫ ବଣ୍ଟନ ସହଯୋଗ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories