www.samajalive.in
Monday, December 8, 2025
27.1 C
Bhubaneswar

ସାହାରପଡା ବ୍ଳକରେ ଓଷ୍ଟା ତରଫରୁ ନୂତନ ମୂଲ୍ୟାୟନ ପଦ୍ଧତି ଉପରେ କର୍ମଶାଳା

ପାଟଣା : ମାଧ୍ୟମିକ ଶିକ୍ଷା ପରିଷଦ  ତରଫରୁ ପ୍ରଚଳିତ ନୂତନ ମୂଲ୍ୟାୟନ ପଦ୍ଧତି ଉପରେ ସାହାରପଡା ବ୍ଳକ ଅନ୍ତର୍ଗତ ତେଣ୍ଡରା ହାଇସ୍କୁଲ ଠାରେ ପାଖାପାଖି ୧୫୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାହାରପଡା ବ୍ଲକ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ପ୍ରଧାନ, ଏବିଇଓ ଦୟାନିଧି ପାତ୍ର, ଓଷ୍ଟା ତରଫରୁ ରାଜ୍ୟ କାର୍ଯ୍ୟକାରି ସଭାପତି ଭିକାରୀ ସାହୁ, ରାଜ୍ୟ ସମ୍ପାଦକ କାହ୍ନୁ ଚରଣ ସାମଲ, ଜିଲ୍ଲା ସମ୍ପାଦକ କ୍ଷୀରୋଦ କୁମାର ରାଉତ, ବ୍ଳକ ସମ୍ପାଦକ ଲକ୍ଷ୍ମୀ ଧର ମହାନ୍ତ, ବ୍ଳକ ସଭାପତି ପ୍ରଶାନ୍ତ ପରିଡ଼ା, ତେଣ୍ଡରା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ମାୟାଧର ମହାନ୍ତ, ମୂରଲୀଧର ମହାନ୍ତ, ଯୁଧିଷ୍ଠିର ମହାନ୍ତ ଓ ପ୍ରଶାନ୍ତ ସାମଲ ପ୍ରମୁଖ ନୂତନ ମୂଲ୍ୟାୟନ ପଦ୍ଧତି ଉପରେ ଆଲୋକପାତ କରିଥିଲେ । ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପ୍ରଶିକ୍ଷକ ଭାବରେ ପ୍ରଶିକ୍ଷଣ ଦେବା ପାଇଁ ଆସିଥିବା ବସୁଦେବ ମହାନ୍ତ ମଧ୍ୟ ପ୍ରାରମ୍ଭିକ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ତେଣ୍ଡରା ହାଇସ୍କୁଲ ର ସମସ୍ତ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ। ଓଷ୍ଟା ସଙ୍ଗଠନ ତରଫରୁ ଆୟୋଜିତ ଏହି ଆଲୋଚନା ଚକ୍ର ଓଡ଼ିଶାରେ ସାହାରପଡା ବ୍ଲକ ପ୍ରଥମ ବୋଲି ସୂଚନା ମିଳିଛି ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories