୧୫ ଫୁଟ ଲମ୍ବ ଅଜଗର ଉଦ୍ଧାର
ଚୌଦ୍ୱାର : ବାଣୀପଦା ପଞ୍ଚାୟତର ଚୌଦ୍ୱାର ନିକଟବତ୍ତି ଦେବୀ ନଗର ଗ୍ରାମରୁ ଏକ ୧୫ ଫୁଟ ଲମ୍ବ ଅଜଗର ସାପ ଉଦ୍ଧାର କରାଯାଇଛି । ପ୍ରବଳ ବର୍ଷା ଲାଗି ରହିଥିବାବେଳେ ସୋମବର ରାତି ପ୍ରାୟ ୮ଟା ସମୟରେ ଗ୍ରାମର ମଙ୍ଗଳା ମନ୍ଦିର ନିକଟରେ ସାପଟି ବୁଲୁଥିବା ଗ୍ରାମର କିଛି ଲୋକା ଦେଖି ଚୌଦ୍ୱାର ବନ ବିଭାଗକୁ ଖବର ଦେଇଥିଲେ । ଚୌଦ୍ୱାର ବନପାଳ ମନୋରମା ହୋତା ,ବନ କର୍ମଚାରୀ ରମେଶ ଚନ୍ଦ୍ର ବେହେରା ଓ ତ୍ରିଲୋଚନ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଗ୍ରାମଲୋକଙ୍କ ସହାୟତାରେ ସାପଟିକୁ ଉଦ୍ଧାର କରି ଡମଣୀ ଜଙ୍ଗଲରେ ଛାଡ଼ିଥିବା ଜଣା ପଡ଼ିଛି । ସାପଟିର ଓଜନ ୩୦ କେଜିରୁ ଉର୍ଦ୍ଧ ହେବ ବୋଲି ବନପାଳ ଶ୍ରୀମତୀ ହୋତା ସୂଚନା ଦେଇଛନ୍ତି ।
Comments are closed.