www.samajalive.in
Wednesday, December 10, 2025
26.1 C
Bhubaneswar

ଗଜପତିରେ ମୁଖ୍ୟ ସଚିବଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା : ପର୍ଯ୍ୟଟନ ଶିଳ୍ପର ବିକାଶକୁ ପ୍ରାଧାନ୍ୟ

ଚାନ୍ଦିପୁଟ/ରାୟଗଡ/ମୋହନା : ଗଜପତି ଜିଲା ଗସ୍ତରେ ଆସିଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ବିବାଦୀୟ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ରାୟଗଡ ବ୍ଲକର ମାଣିକପାଟଣା ପରିଦର୍ଶନରେ ଯିବା ନେଇ ଦିନତମାମ ଆଲୋଚନା ହୋଇଥିଲେ ହେଁ କିନ୍ତୁ ମୁଖ୍ୟ ସଚିବ ସେଠାକୁ ଯାଇନଥିଲେ। ଚନ୍ଦ୍ରଗିରି ଡାକବଙ୍ଗଳାଠାରେ ଏ ସଂକ୍ରାନ୍ତରେ ସାମ୍ବାଦିକମାନ କରିଥିବା ପ୍ରଶ୍ନରେ ମଧ୍ୟ ମୁଖ୍ୟ ସଚିବ କୌଣସି ଉତ୍ତର ଦେଇନଥିଲେ।
ମୁଖ୍ୟ ସଚିବ ଐତିହାସିକ ପର୍ଯ୍ୟଟନସ୍ଥଳୀ ମହେନ୍ଦ୍ରଗିରି ପରିଦର୍ଶନ କରିବା ପରେ ଚନ୍ଦ୍ରଗିରି ତିବ୍ବତୀୟ ଡାକ ବଙ୍ଗଳାରେ ଛେଳିଗଡ ଜଳସେଚନ ପ୍ରକଳ୍ପ ଉନ୍ନୟନ କାମ ସମୀକ୍ଷା କରିଥିଲେ। ପରେ ଜିରାଙ୍ଗ ବୌଦ୍ଧ ମନ୍ଦିର ଗୁରୁଜୀଙ୍କ ସହ କିଛି ସମୟ ମନ୍ଦିରର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ଚନ୍ଦ୍ରଗିରି ନିକଟ ଖସଡ଼ା ଜଳପ୍ରପାତସ୍ଥଳକୁ ରାସ୍ତା ନିର୍ମାଣ, ସୌନ୍ଦର୍ଯ୍ୟକରଣ ଓ ଅଧିକ ଉନ୍ନତିକରଣ କରାଯିବ ବୋଲି କହିଥିଲେ। ବର୍ଷା ଯୋଗୁ ମୁଖ୍ୟ ସଚିବଙ୍କ ରା.ଉଦୟଗିରି ବ୍ଳକ ଅନ୍ତର୍ଗତ ଛେଳିଗଡ ଜଳ ବିଦ୍ୟୁତ ପ୍ରକଳ୍ପ, ଲଖାରୀ ଜଙ୍ଗଲ ଓ ଖସଡ଼ା ଜଳପ୍ରପାତ ପରିଦର୍ଶନ ବାତିଲ ହୋଇଥିଲା।
ମହେନ୍ଦ୍ରଗିରିଠାରେ ପ୍ରସ୍ତାବିତ ବାୟୋସ୍ପେର ରିଜର୍ଭ ସହ ଇକୋ-ଟୁରିଜମର ବିକାଶ, ତୁମ୍ବାଠାରୁ କଇଁପୁର ରାସ୍ତାର ଉନ୍ନତିକରଣ କରାଯାଇ ବ୍ରହ୍ମପୁରଠାରୁ ପାରଳାଖେମୁଣ୍ଡିକୁ ସିଧାସଳଖ ସଂଯୋଗ ଉପରେ ମୁଖ୍ୟ ସଚିବ ଆଲୋଚନା କରିଥିଲେ। ଛେଳିଗଡ ମଧ୍ୟମ ଜଳସେଚନ ପ୍ରକଳ୍ପର ବିଦ୍ୟୁତ ଉତ୍ପାଦନ ଟନେଲର ଟେଣ୍ଡର ପ୍ରକ୍ରିୟା ସରିଛି। ଏହାଦ୍ବାରା ଗଜପତି ଜିଲାର ୫୦୦ହେକ୍ଟର ଏବଂ ଗଞ୍ଜାମ ଜିଲାର ୬୦୦୦ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ । ଚନ୍ଦ୍ରଗିରି , ମହେନ୍ଦ୍ରଗିରି ଆଦି ପର୍ଯ୍ୟଟନ କ୍ଷେତ୍ରକୁ ଯୋଗାଯୋଗ ଓ ଏହାର ବିକାଶ ହେଲେ ଜିଲାବାସୀ ରୋଜଗାର ପାଇବେ। ଇକୋଟୁରିଜମ ଓ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ଉନ୍ନତି କ୍ଷେତ୍ରରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ, ଜିଲାପାଳ ଓ ଦକ୍ଷିଣାଞ୍ଜଳ ରାଜସ୍ବ ଆୟୁକ୍ତଙ୍କ ସହ ଆଲୋଚନା କରିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି।
ଗଜପତି ଜିଲାର ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ଲାଗି ରହିଥିବା ଆନ୍ଧ୍ର -ଓଡିଶା ସୀମା ବିବାଦ ପରିପ୍ରେକ୍ଷୀରେ ଦୁଇଦିନ ତଳେ ଗଜପତି ଜିଲାର ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଆନ୍ଧ୍ର ମନ୍ତ୍ରୀ ନାଲିଆଖି ଦେଖାଇ ଧମକ ଦେଇଥିବା ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ଆଜି ଦିନିକିଆ ଗସ୍ତରେ ଆସିଥିବା ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ସାମ୍ବାଦିକଙ୍କ ଏ ସଂକ୍ରାନ୍ତ ପ୍ରଶ୍ନକୁ ଏଡାଇ ଦେଇଥିଲେ।
ମୁଖ୍ୟ ସଚିବଙ୍କ ଗସ୍ତ ବେଳେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଟି.ଆଓ, ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲାପାଳ ସଂଗ୍ରାମଶେଖର ପଣ୍ଡା, ପ୍ରକଳ୍ପ ନିର୍ଦେଶକ ଅନାମଚରଣ ପାତ୍ର , ଛେଳିଗଡ ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା , ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା, ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ରା.ଉଦୟଗିରି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦିଲ୍ଲୀପ କୁମାର ନାୟକ , ତହସିଲଦାର ସାରଦାପ୍ରସନ୍ନ ପଣ୍ଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାର୍ଥକ ସୌରଭ ମହାପାତ୍ର ଏବଂ ଜିଲାର ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories