www.samajalive.in
Wednesday, December 10, 2025
26.1 C
Bhubaneswar

ବିସ୍ଥାପିତଙ୍କ ୨୩ ଲକ୍ଷ ଆତ୍ମସାତ୍‌ ଅଭିଯୋଗରେ ୨ ଗିରଫ

ଖଡ଼ିଆଳ : କର୍ଲାକୋଟ ପଞ୍ଚାୟତର ଡୁଡକିବାହାଲ ଗ୍ରାମର ବିସ୍ଥାପିତ ଗୌରୀଶଙ୍କର ମାଝୀଙ୍କ ଟଙ୍କାକୁ ହଡ଼ପ କରାଯାଇଥିବା ନେଇ ଏପ୍ରିଲ ମାସରେ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଖଡ଼ିଆଳ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଗିରଫ ୨ ଜଣ ଅଭିଯୁକ୍ତ ଏକ୍ସିସ ବ୍ୟାଙ୍କ ପରିଚାଳକ ସୁବୋଧ ବାରିକ ଏବଂ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ତତ୍କାଳୀନ ରାଜସ୍ୱ ନୀରିକ୍ଷକ ରାଜେନ୍ଦ୍ର ମାଝୀ ବୋଲି ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଦ୍ୱାରା ଦରଗଁା ମୌଜାର ଖାତା ନଂ ୫୨ରେ ଥିବା ୧ ଏକର ୫୬ ଡିସିମିଲ ଜମି ଅଧିଗ୍ରହଣ ହୋଇଥିଲା। ଜମି ଅଧିଗ୍ରହଣ ପରେ ଗୌରୀଶଙ୍କର ମାଝୀ, ତାଙ୍କ ଭାଇ ସିଙ୍ଗଲସାଏ ମାଝୀ, ବଡ଼ପୁଅ ଜଗମୋହନ ମାଝୀ, ସାନପୁଅ ଡିଙ୍ଗର ମାଝୀ, ସାନଭାଇର ପୁଅ ଲୋଚନ ମାଝୀଙ୍କ ଖଡ଼ିଆଳ ସ୍ଥିତ ଏକ୍ସିସ ବ୍ୟାଙ୍କ ଆକାଉଣ୍ଟରେ ପ୍ରତି ଜଣଙ୍କ ଆକାଉଣ୍ଟରେ ୪ ଲକ୍ଷ ୩୬ ହଜାର ଟଙ୍କା ଲେଖାଏଁ ଜମା ହୋଇଥିଲା। ସମସ୍ତଙ୍କ ଆକାଉଣ୍ଟରେ ମୋଟ ୨୩ ଲକ୍ଷ ୮୮ ହଜାର ଟଙ୍କା ଜମା ହୋଇଥିଲା। କିନ୍ତୁ ଏହି ଟଙ୍କାକୁ ପୁନର୍ବାସ ଓ ଥଇଥାନ ନିର୍ଦେଶକ ନନ୍ଦ କିଶୋର ତାଣ୍ଡି, ଦଲାଲ ଶ୍ୟାମ ଅଗ୍ରୱାଲ ଏବଂ ଖଡ଼ିଆଳ ଏକ୍ସିସ ବ୍ୟାଙ୍କର ମ୍ୟାନେଜରଙ୍କ ମଧ୍ୟସ୍ଥିରେ ସେମାନେ ମୋଟ ୨୩ ଲକ୍ଷ ୮୮ ହଜାର ଟଙ୍କା ଉଠାଣ କରି ଆତ୍ମସାତ୍‌ କରିଥିବା ଅଭିଯୋଗ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories