www.samajalive.in
Monday, December 8, 2025
13.1 C
Bhubaneswar

କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ କଂଗ୍ରେସର ଆଉ ଗୁରୁତ୍ୱ ନାହିଁ- ଶରଦ ପୱାର

ମୁମ୍ବଇ: ମହାରାଷ୍ଟ୍ରରେ ନିଜର ସହଯୋଗୀ ରାଜନୈତିକ ଦଳ କଂଗ୍ରେସକୁ କଡା ଭାଷାରେ ସମାଲୋଚନା କରିଛନ୍ତି ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପୱାର। ଗୁରୁବାର ଦିନ ଏକ ମରାଠି ପ୍ରକାଶନ ସଂସ୍ଥା ନିକଟରେ ପ୍ରକାଶ କରି ପୱାର କହିଛନ୍ତି, କଂଗ୍ରେସ ଏଭଳି ଏକ ଜମିଦାର ହୋଇଛି ଯିଏ ନିଜ ବଙ୍ଗଳାର ମଧ୍ୟ ରକ୍ଷଣାବେକ୍ଷଣ କରିପାରିବ ନାହିଁ। ଦେଶରେ ଏକଦା କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଗୁରୁତ୍ୱ ରଖୁଥିବା କଂଗ୍ରେସ ଏବେ ଆଉ ସେହି ଗୁରୁତ୍ୱ ରଖୁନାହିଁ। ଏହି ବାସ୍ତବତାକୁ କଂଗ୍ରେସ ଦଳ ଯାଞ୍ଚ କରିନେବା ଉଚିତ। ପୱାର ଏକଥା ମଧ୍ୟ କହିଥିଲେ ଯେ କଂଗ୍ରେସରେ ତାଙ୍କର ବନ୍ଧୁମାନେ ଏକ ଭିନ୍ନ ଦୃଷ୍ଟିକୋଣ ଗ୍ରହଣ କରିବାକୁ ଇଛୁକ ନାହାନ୍ତି। ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ରରେ ଗଠିତ ମହା ବିକାଶ ଅଘାଡି (ଏମଭିଏ) ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା ଖବର ମିଳିବା ପରେ ଶରଦ ପୱାର କଂଗ୍ରେସକୁ ଏଭଳି ଆକ୍ଷେପ କରିଛନ୍ତି। ଏହି ମେଣ୍ଟରେ ଭିନ୍ନ ଆଦର୍ଶ ଓ ଆଭିମୁଖ୍ୟ ପୋଷଣ କରୁଥିବା ଏନଏସିପି, କଂଗ୍ରେସ ଓ ଶିବସେନା ଭଳି ରାଜନୈତିକ ଦଳ ରହିଛନ୍ତି। ଏହି ମେଣ୍ଟର ଅଂଶୀଦାର ଦଳଗୁଡିକ ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପରସ୍ପରକୁ ଆକ୍ଷେପ କରିଥିଲେ ମଧ୍ୟ ପରବର୍ତ୍ତୀ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଏହି ମେଣ୍ଟ ଅତୁଟ ରହିବ ବୋଲି ସେମାନେ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ମାସରେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ଦ୍ୱାରା ଆହୂତ ଏକ ବୈଠକରେ ଶ୍ରୀ ପୱାର ଏବଂ ଅନ୍ୟ ଅଣ ଭାଜପା ରାଜନୈତିକ ଦଳଗୁଡିକ ଏକ ବୈଠକରେ ମିଳିତ ହୋଇଥିଲେ। ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣକୌଶଳ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଇଥିଲା।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories