www.samajalive.in
Monday, December 8, 2025
24.1 C
Bhubaneswar

ପାକ୍‌ ସୀମା ନିକଟରେ ଜରୁରୀକାଳିନ ଅବତରଣ ସ୍ଥଳ ଉଦ୍‌ଘାଟିତ

ନୂଆଦିଲ୍ଲୀ: ଭାରତ-ପାକ୍‌ ସୀମାଠାରୁ କିଛି କିଲୋମିଟର ଦୂରରେ ରାଜସ୍ଥାନର ବାରମେରଠାରେ ଜାତୀୟ ରାଜପଥରେ ନିର୍ମିତ ଜରୁରୀକାଳିନ ବିମାନ ଅବତରଣ ସ୍ଥଳକୁ ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଉଦ୍‌ଘାଟନ କରିଛନ୍ତି। ଏନଏଚ ୯୨୫ ଏରେ ୩ ​​କିଲୋମିଟର ଲମ୍ବା ରନୱେକୁ ଉଭୟ କେନ୍ଦ୍ର ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଉଦଘାଟନ ପରେ ବାୟୁସେନାର ଲଢୁଆ ବିମାନ ସିଧାସଳଖ ରାଜପଥରେ ଅବତରଣ କରିଥିଲା। ସୁଖୋଇ, ଜଗୁଆର ଓ ହରକ୍ୟୁଲସ୍‌ ଭଳି ଯୁଦ୍ଧ ବିମାନ ଆକାଶରେ ନିଜ ଶକ୍ତି ପ୍ରଦର୍ଶନ କରିବା ପରେ ରାଜପଥରେ ଅବତରଣ କରିଥିଲା। ଭାରତ-ପାକିସ୍ତାନ ସୀମାରୁ ପ୍ରାୟ ୪୦ କିମି ଦୂରରେ ବାରମେର-ଜାଲୋର ବର୍ଡ଼ରର ଅଡ଼ଗାୱାରେ ନିର୍ମିତ ଏହି ଜରୁରୀକାଳିନ ରାଜପଥ ଏୟାରଷ୍ଟ୍ରିପର ଉଦ୍‌ଘାଟନ କରିବା ପାଇଁ ଉଭୟ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀରୁ ହରକ୍ୟୁଲସ୍‌ ବିମାନରେ ଆସି ବାରମେରରେ ପହଞ୍ଚିଥିଲେ।​‌

ଜରୁରୀକାଳିନ ଅବତରଣ ସ୍ଥଳକୁ ଉଦ୍‌ଘାଟନ କରି ରାଜନାଥ ସିଂହ କହିଛନ୍ତି, ଆଜି ଏକ ଐତିହାସିକ ଦିନ। ପ୍ରଥମେ ସଡ଼କରେ ଗାଡ଼ି ମଟର ଚାଲୁଥିଲା, କିନ୍ତୁ ଏକବିଂଶ ଶତାବ୍ଦୀରେ ସଡ଼କ ଉପରେ ବିମାନ ମଧ୍ୟ ଅବତରଣ କରିବ। ଯେକୗଣସି ଆହ୍ବାନର ସମ୍ମୁଖୀନ ହେବାକୁ ଭାରତ ପ୍ରସ୍ତୁତ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories