‘ଦଳିତ’ ଶବ୍ଦ ବଦଳରେ ‘ଏସସି’ ବ୍ୟବହାର କରିବାକୁ ପରାମର୍ଶ

0

ନୂଆଦିଲ୍ଲୀ : ଅନୁସୂଚିତ ଜାତିର ଲୋକମାନଙ୍କ ପାଇଁ ‘ଦଳିତ’ ଶବ୍ଦ ବ୍ୟବହାର କରିବାରୁ ନିବୃତ୍ତ ରହିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗଣମାଧ୍ୟମକୁ ପରାମର୍ଶ ଜାରି କରିଛି। ଏଥିପାଇଁ ବମ୍ବେ ହାଇକୋର୍ଟ ଗତ ଜୁନ୍‍ ମାସରେ ମନ୍ତ୍ରଣାଳୟକୁ ଏକ ପରାମର୍ଶ ଜାରିକରି ଦଳିତ ଶବ୍ଦ ବ୍ୟବହାର ନକରିବା ପାଇଁ ମଣମାଧ୍ୟମକୁ ନିର୍ଦ୍ଦେଶ ଦେବା ବିଷୟର ବିଚାର କରିବାକୁ କହିଥିଲେ। ମନ୍ତ୍ରଣାଳୟ କହିଛି ସମ୍ବିଧାନ ଅନୁସାରେ ଅନୁସୂଚିତ ଜାତି ପାଇଁ ସିଡ୍ୟୁଲ୍ଡ କାଷ୍ଟ ବା ’ଏସସି’ ଶବ୍ଦ ବ୍ୟବହାର କରାଯାଉଛି। ତେଣୁ ଅନ୍ୟ ଭାରତୀୟ ଭାଷା ଗୁଡ଼ିକରେ ଏହାର ଅନୁବାଦ କରାଯାଇ ଶବ୍ଦ ବ୍ୟବହାର କରାଯିବ।

Leave A Reply