www.samajalive.in
Monday, December 8, 2025
24.1 C
Bhubaneswar

ମରୁଡି ଅଞ୍ଚଳ ଗସ୍ତ କଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା

କଲ୍ୟାଣସିଂହପୁର: ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦେଶକ୍ରମେ ରାୟଗଡା ଜିଲ୍ଲାରେ ହେଇଥିବା ମରୁଡି ଅଞ୍ଚଳକୁ କଳାହାଣ୍ଡି ଜିଲ୍ଲାର ବିଜେପି ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଗସ୍ତ କରିଛନ୍ତି। ଆଜି ଶ୍ରୀ ପଣ୍ଡା ରାୟଗଡାଠାରୁ କାଶୀପୁର ବ୍ଲକର ମରୁଡି ଅଞ୍ଚଳ ପରିଦର୍ଶନରେ ଯିବା ବେଳେ କଲ୍ୟାଣସିଂହପୁର ବ୍ଲକର ସିକରପାଇର କିଛି ଅଞ୍ଚଳ ମଧ୍ୟ ଦେଖିଥିଲେ। ସିକରପାଇର ଖ ଜୋନର ବିଜେପି ଦଳର ସଭାପତି ମୋନଜ କୁମାର ସେଠୀ, ଜିଲା କାର୍ୟ୍ୟକାରିଣୀ ସଦସ୍ୟ ଜି ଜଗନ୍ନାଥ, ରାଜ୍ୟ କାର୍ୟ୍ୟ କାରିଣୀ ସଦସ୍ୟ ଧନେଶ୍ୱର ରାଉତ, ପଞ୍ଚାୟତ ସଭାପତି ରୁଦ୍ର ଖଣ୍ଡରିଆ, ରାଜ୍ୟ ସମ୍ପାଦକ କୃଷ୍ଟ ଚନ୍ଦ୍ର ସାମଲ, ସମେଶ ନେମାଲପୁରୀ, ଦିଲୀପ ମିଣିଆକା ସମେତ ଦଳୀୟ ନେତା କର୍ମୀ ଉପସ୍ଥିତ ରହି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କୁ ସ୍ୱାଗତ କରିଥିଲେ। ସାଂସଦ ଶ୍ରୀ ପଣ୍ଡା କହିଛନ୍ତି ଉକ୍ତ ବ୍ଲକରେ ଅନେକ ଅଞ୍ଚଳ ମରୁଡି କ୍ଷତିଗ୍ରସ୍ତ ହୋଇଛି। ମରୁଡି କଷାଘାତରେ ଚାଷୀ ଜର୍ଜରିତ। ଗତ ଦୁଇ ଦିନ ହେବ ଲଘୁଚାପଜନିତ ବର୍ଷା ହେବାରୁ ଜମିରେ ପାଣି ଦେଖାଯାଉଛି। ତଳି ଘରା ହେଇଗଲାଣି, ଧାନ ରୁଆ ହେବାକଥା, ଏବେ ଧାନ ଫସଲ ହେଇପାରିବ ନାହିଁ। ରାଜ୍ୟ ସରକାର ଚୁପହୋଇ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇ ରହିଛନ୍ତି। ଚାଷୀଙ୍କ ସମସ୍ୟା ବୁଝିବା ସରକାରଙ୍କ ପ୍ରଥମ ଦାଇତ୍ୱ। ଏହାକୁ ନେଇ ରାଜରାସ୍ତାରୁ ବିଧାନସଭା ପର୍ଯ୍ୟନ୍ତ ଆନ୍ଦୋଳନ କରିବୁ ଏବଂ ବିଧାସଭାରେ ଏହାର ପ୍ରସଙ୍ଗ ଉଠିବୁ। ଏହାର ସ୍ଥାୟୀ ସମାଧାନ କରାଯାଉ ବୋଲି କହିଛନ୍ତି। ଏଥିରେ ଜିଲା ଯୁବ ମୋର୍ଚ୍ଚାର ସମସ୍ତ ସଦସ୍ୟ ସଦସ୍ୟା ଗସ୍ତ କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories