www.samajalive.in
Tuesday, December 9, 2025
16.1 C
Bhubaneswar

ବିଜେଡି ଜୋନ୍ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ଚୌଦ୍ୱାର  : ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ଲକ୍ଷରେ ଚୌଦ୍ୱାର କଟକ ବିଜୁ ଜନତା ଦଳ ତରଫରୁ ଜୋନ୍ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ୧୧ନମ୍ବର ଜୋନ୍ ଅନ୍ତର୍ଗତ ବାଣିପଦା ଗ୍ରାମ ପଂଚାୟତର କଲ୍ୟାଣ ମଣ୍ଡପ ଠାରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ଦଳର କଟକ ଜିଲା ସଭାପତି ତଥା ବାରବାଟୀ-କଟକ ପୂର୍ବତନ ବିଧାୟକ ଦେବାଶୀଷ ସାମନ୍ତରାୟ,  ୭ଟି ଜିଲ୍ଲାର ଦଳିୟ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ  ବଡମ୍ବା- ନରସିଂହପୁରର ବିଧାୟକ ଦେବୀ ପ୍ରସାଦ ମିଶ୍ର ଅତିଥି ଭାବେ ଯୋଗଦେଇ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଜନସାଧାରଣଙ୍କ ପାଖରେ ପହଂଚାଇବା ସହ ବିଜୁ ଜନତା ଦଳକୁ ତୃଣ ମୂଳ ସ୍ତରରୁ ମଜଭୁତ କରିବା ନିମନ୍ତେ ଦଳର ନେତୃ ମଣ୍ଡଳୀ ତଥା କର୍ମୀମାନେ ନିଷ୍ଠାର ସହ କାର୍ଯ୍ୟକରିବାକୁ ଅହ୍ୱାନ ଦେଇଥିଲେ। ଚୈାଦ୍ୱାର -କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖଡି, କୟଳପଡା, ଇନ୍ଦ୍ରାଣୀ ପାଟଣା, ବାଣିପଦା, ଆଗ୍ରାହାଟକୁ ନେଇ ଗଠିତ ୧୧ ନମ୍ବର ଜୋନର ଜନସାଧାରଣଙ୍କ ସମସ୍ୟା ସହିତ ଜଡି଼ତ ହୋଇ ସେମାନଙ୍କୁ ସରକାରଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଉନ୍ନୟନ ଯୋଜନାରେ ସାମିଲ କରିବା ଦିଗରେ କର୍ଯ୍ୟକରିବାକୁ ଅତିଥି ମନେ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରବା ସହିତ ଏହି ଜୋନ୍ ରେ ଯେପରି ସର୍ବାଧିକ ଭୋଟ ବ୍ୟବଧାନରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଲାଭ କରିବେ ସେଥିପାଇଁ ନିଷ୍ଠାର ସହ କାର୍ଯ୍ୟକରିବାକୁ ପୂର୍ବତନ ବିଧାୟକ ଡ. ବିଶ୍ୱାଳ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଚୈାଦ୍ୱାର-କଟକ ବିଧାୟକ ସୈାଭିକ୍ ବିଶ୍ୱାଳ, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଧର ରାଉତ, ଜିଲ୍ଲା ମହିଳା ସଭାପତି ଅନୀତା ବେହେରା, ଟାଙ୍ଗୀ -ଚୈାଦ୍ୱାର ପଞ୍ଚାୟତ ସମିତି ଉପଧ୍ୟକ୍ଷା ଜାନକୀ ପରିଡା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଫୁଲ ସିଂହ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ, ସଂପାଦକ ତ୍ରିଲୋଚନା ପଣ୍ଡା, ଜିଲା ସମ୍ପାଦକ ଶୁଭେନ୍ଦୁ ସାମଲ, କଟକ ମହାନଗର ନିଗମର ପୂର୍ବତନ କର୍ପୋରେଟର ରଂଜନ କୁମାର ବିଶ୍ୱାଳ, ସରପଂଚ ଜ୍ୟୋତ୍ସାରଣୀ ସୁବୁଦ୍ଧିରାୟଙ୍କ ସମେତ ଦଳର ବହୁ ଯୁବ, ଛାତ୍ର, ମହିଳା ନେତୃବୁନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories