ଆଠଗଡ : ପଞ୍ଚାୟତ ନିର୍ବାଚନ ମୁଣ୍ଡଉପରେ ଆସି ଯାଉଥିବାରୁ ଏବେ ସବୁ ରାଜନୈତିକ ଦଳ ସଜବାଜ ଆରମ୍ଭ କରିଦେଲେଣି । ଏହି ପରିପ୍ରେକ୍ଷୀରେ ରବିବାର ଆଠଗଡ ଭାରତୀୟ ଜନତା ପାର୍ଟିର ୧ନଂ ଜୋନ୍ ସମସରପୁର ମଣ୍ଡଳର ଏକ ପରିବର୍ଦ୍ଧିତ କାର୍ଯ୍ୟାକାରିଣୀ ବୈଠକ ସ୍ଥାନୀୟ ମହାବୀର ପ୍ଲାଜାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସରପୁର ମଣ୍ଡଳ ଅନ୍ତର୍ଗତ ୧୦ଟି ପଞ୍ଚାୟତର ବୁଥ୍ ସଭାପତି, ପଞ୍ଚାୟତ ପ୍ରମୁଖ, ସହ ପ୍ରମୁଖ, ଶକ୍ତିକେନ୍ଦ୍ର ପ୍ରମୁଖମାନେ ଉପସ୍ଥିତ ରହି ସାଂଗଠନିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକାରିଣୀ ବୈଠକକୁ ସ୍ଥାନୀୟ ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ। ଏଥିରେ ସମ୍ମାନିତ ବକ୍ତା ଭାବେ କଟକ ମହାନଗର ଦଳୀୟ ସଭାପତି ଲଲାଟେନ୍ଦୁ ବଡୁ, ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳିର ବରିଷ୍ଠ ନେତା ବିଜୟ କୁମାର ଦଳ ବେହେରା, ବାଙ୍କୀର ବରିଷ୍ଠ ନେତା ଶୁଭ୍ରାଂଶୁ ମୋହନ ପାଢୀ ପ୍ରମୁଖ ଯୋଗଦେଇ ଦଳୀୟ ସଂଗଠନକୁ କିପରି ତୃଣମୂଳସ୍ତରେ ମଜବୁତ୍ ଓ ସଂଗଠିତ କରାଯିବ ସେ ସଂପର୍କରେ ଦିଗଦର୍ଶନ ଦେଇଥିଲେ। ଏଥିରେ ଜିଲ୍ଲା ସଂପାଦକ ପ୍ରକାଶ କୁମାର ସେଠୀ ଆଇନ ସେଲର ରାଷ୍ଟ୍ରୀୟ ସଦସ୍ୟ ସବ୍ୟସାଚୀ ମହାପାତ୍ର, ବରିଷ୍ଠ ନେତା ବିଚିତ୍ରାନନ୍ଦ ଜେନା, କ୍ୟାପଟେନ ପ୍ରଫୁଲ୍ଲ ପରିଡା, ଖୁଣ୍ଟୁଣୀ ମଣ୍ଡଳ ସଭାପତି ଶୁଶାନ୍ତ ଦଳାଇ, ନଗର ମଣ୍ଡଳ ସଭାପତି ନଚିକେତା ପରମାଣିକ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ଜଗଦାନନ୍ଦ ତ୍ରିପାଠୀ ପ୍ରମୁଖ ମଧ୍ୟ ଉଦବୋଧନ ଦେଇ ପଞ୍ଚାୟତ ନିର୍ବାଚନକୁ ଲକ୍ଷ୍ୟ ରଖି ଦଳୀୟ କାର୍ଯ୍ୟକ୍ରମ ଆୟୋଜନ ସହିତ ଲୋକଙ୍କ ନିକଟତର ହୋଇ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ । ସମସରପୁର ମଣ୍ଡଳ ସାଧାରଣ ସଂପାଦକ ବୈଜୟନ୍ତ ଦାଶ ଏକ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିବା ପରେ ଏହା ଗୃହିତ ହୋଇଥିଲା । ଅନ୍ୟତମ ସାଧାରଣ ସଂପାଦକ ପ୍ରମୋଦ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଯୁବ ମୋର୍ଚ୍ଚା ନେତା ତପନ ଲେଙ୍କା, ମିଥୁନ ମଲ୍ଲିକ, ଅନିଲ ପଟ୍ଟନାୟକ, ଧନଞ୍ଜୟ ସେଠୀଙ୍କ ସମେତ ପିତବାସ ନାୟକ, ସର୍ବେଶ୍ୱର ଲେଙ୍କା, ରାକେଶ ମହାନ୍ତି, ବିଶ୍ୱଜିତ ଲେଙ୍କା, ବିବେକାନନ୍ଦ ସାହୁ, ମମତା ନାୟକ, କବିତା ମହାପାତ୍ର ଓ ରେଣୁବାଳା ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ନିଜର ମତାମତ ଉପସ୍ତାପନ କରିଥିଲେ।
Popular Categories



