www.samajalive.in
Saturday, December 6, 2025
16.1 C
Bhubaneswar

ଡେଙ୍ଗୁ-ଭାଇରାଲ ଜ୍ୱରରେ ଏଯାଏଁ ୧୦୦ରୁ ଅଧିକ ମୃତ ; ଫିରୋଜାବାଦରୁ ୭୫

ଫିରୋଜାବାଦ : ଉତ୍ତରପ୍ରଦେଶରେ ଡେଙ୍ଗୁ ଓ ଭାଇରାଲ ଜ୍ୱରର କାୟା ଧିରେ ଧିରେ ବୃଦ୍ଧି ପାଉଥିବା ଦେଖାଯାଉଛି। କେବଳ ଫିରୋଜାବାଦରେ ଏଯାଏଁ ୭୫ ଜଣଙ୍କ ମୃତ୍ୟୁ ହୋଇ ସାରିଛି।ମଥୁରାରେ ୧୭, ମୈନପୁରୀରେ ୩, କାସଗଞ୍ଜରେ ୨ ଜଣ ଡେଙ୍ଗୁ ଓ ଭାଇରାଲ ଜ୍ୱରର ଶିକାର ହୋଇଛନ୍ତି। ସେହିପରି ଗୋଣ୍ଡାରେ ପ୍ରତିଦିନ ୩ ହଜାରରୁ ଅଧିକ ଭାଇରାଲ ଜ୍ୱରେ ପୀଡିତ ହୋଇ ହସ୍ପିଟାଲ ଯାଉଛନ୍ତି। କାନପୁରରେ ଭାଇରାଲ ଜ୍ୱର କାରଣରୁ ୭ ଦିନ ମଧ୍ୟରେ ୧୦ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ଗୁରୁବାର ୪ ଶିଶୁଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଫିରୋଜାବାଦରେ ୧୧, ମୈନପୁରୀରେ ୨ ଓ ମଥୁରାର ଜଣେ ରୋଗୀ ରହିଛନ୍ତି। ସେହିପରି ଫିରୋଜାବାଦରେ ମୃତ୍ୟୁ ସଂଖ୍ୟା ୭୫ରେ ପହଞ୍ଚି ସାରିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories