www.samajalive.in
Monday, December 8, 2025
13.1 C
Bhubaneswar

ଉତ୍ତରପ୍ରଦେଶରେ ଭାଇରାଲ ଜ୍ୱରର କାୟା ; ପ୍ରତିଦିନ ହଜାର ହଜାର ସଂଖ୍ୟକ ରୋଗୀ ଆସୁଛନ୍ତି ହସ୍ପିଟାଲ

ଗୋଣ୍ଡା : ଉତ୍ତରପ୍ରଦେଶରେ ବ୍ୟାପୁଥିବା ରହସ୍ୟମୟ ଜ୍ୱରର କାୟା ଏବେ ଜିଲାର ମଧ୍ୟ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ଗାଁରୁ ନେଇ ସହର ଯାଏଁ ଭାଇରାଲ ଜ୍ୱରର ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଜିଲା ହସ୍ପିଟାଲରୁ ଆରମ୍ଭ କରି ଘରୋଇ ହସ୍ପିଟାଲରେ ଜ୍ୱର ରୋଗୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ଗୁରୁବାର ଜିଲା ହସ୍ପିଟାଲରେ ୯୭୫ ରୋଗୀଙ୍କ ମଧ୍ୟରେ ପ୍ରାୟ ୭୦୦ ରୁ ଅଧିକ ରୋଗୀ ଭାଇରାଲ ଜନିତ ଜ୍ୱର,ନିମୋନିୟା, ଡାଇରିୟାରେ ପୀଡିତ ଥିଲେ। ଜିଲା ହସ୍ପିଟାଲରେ ଅଗଷ୍ଟ ମାସରେ ୧୩୮ ଶିଶୁ ମଧ୍ୟ ଭର୍ତ୍ତି ହୋଇଥିଲେ। ଏହାସହ ଏକ ସପ୍ତାହରେ ଜ୍ୱରରେ ପୀଡିତ ୭ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଜ୍ୱରରେ ପୀଡିତ ହୋଇ ସରକାରୀ ହସ୍ପିଟାଲ ଠାରୁ ଆରମ୍ଭ ହୋଇ ଘରୋଇ ହସ୍ପିଟାଲରେ ପ୍ରାୟ ୩ ହଜାର ରୋଗୀଙ୍କର ଚିକିତ୍ସା କରାଯାଉଛି। ଡାକ୍ତରଙ୍କ ମତାନୁଯାୟୀ,ସାଧାରଣ ଜ୍ୱର ଠାରୁ ଏହି ଜ୍ୱର କିଛି ପରିମାଣରେ ଭିନ୍ନ। ସାମାନ୍ୟ ଜ୍ୱର ୫ ରୁ ୭ ଦିନ ମଧ୍ୟ ଠିକ ହୋଇଯାଇଥାଏ ମାତ୍ର ଏହା ୧୦ ରୁ ୧୨ ଦିନ ଯାଏଁ ରହିଥାଏ। ସ୍ୱାସ୍ଥ୍ୟ ବିଭାଗ ଜିଲା ହସ୍ପିଟାଲ ସହିତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମ୍ୟାଲେରିୟା,ଡେଙ୍ଗୁ ସହ କରୋନା ପରୀକ୍ଷା ମଧ୍ୟ କରାଯାଉଛି।

 

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories