www.samajalive.in
Monday, December 8, 2025
13.1 C
Bhubaneswar

ହାଇଜମ୍ପରେ ରୌପ୍ୟ ପଦକ ଜିତିଲେ ପ୍ରବୀଣ କୁମାର

ଟୋକିଓ: ଟୋକିଓ ପାରା ଅଲମ୍ପିକରେ ଭାରତର ଭଲ ପ୍ରଦର୍ଶନ ଜାରି ରହିଥିବା ଦେଖାଯାଉଛି। ଆଜି ଭାରତକୁ ଆଉ ଏକ ପଦକ ମିଳିଛି। ନୋଏଡାର ପ୍ରବୀଣ କୁମାର ପୁରୁଷ ହାଇଜମ୍ପରେ ରୌପ୍ୟ ପଦକ ଜିତିଛନ୍ତି। ପ୍ରବୀଣ କୁମାର ୨.୦୭ ମିଟର ଲମ୍ପ ମାରି ୨ୟ ସ୍ଥାନରେ ରହିଥିଲେ। ୧୮ ବର୍ଷୀୟ ପ୍ରବୀଣ ୨୦୦୩ରେ ମେ ୧୫ରେ ଉତ୍ତରପ୍ରଦେଶର ନୋଏଡାରେ ଜନ୍ମ ଗ୍ରହଣ କରିଥିଲେ। ୨୦୧୯ରେ ଅନ୍ତର୍ଜାତୀୟ ଖେଳରେ ଭାଗ ନେଇଥିଲେ। ଏହାସହ ୨ ବର୍ଷ ମଧ୍ୟରେ ପାରା ଅଲମ୍ପିକରେ ପ୍ରବୀଣ ପଦକ ଜିତିଛନ୍ତି। ଟୋକିଓ ପାରା ଅଲମ୍ପିକ-୨୦୨୦ରେ ଭାରତ ମୋଟ ୧୧ଟି ପଦକ ପାଇଛି। ୨ଟି ସ୍ୱର୍ଣ୍ଣ,୬ଟି ରୌପ୍ୟ ଓ ୩ଟି କାଂସ୍ୟ ପଦକ ଜିତିସାରିଛି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories