www.samajalive.in
Wednesday, December 10, 2025
26.1 C
Bhubaneswar

୩ରୁ +୨ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ଫର୍ମପୂରଣ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ଆସନ୍ତା ୩ ତାରିଖରୁ ଆବେଦନ କରିବେ। ଏନେଇ ପରିଷଦର ପରୀକ୍ଷା ପରିଚାଳନା ସମିତି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ।
ମିଳିଥିବା ସୂଚନା ଅନୁଯାୟୀ ଯେଉଁ ଛାତ୍ରଛାତ୍ରୀ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ପ୍ରକାଶିତ ଫଳକୁ ନେଇ ଅସନ୍ତୁଷ୍ଟ ସେମାନଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ମିଳିବ। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଆବେଦନ ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବନି। ଆବେଦନ ୩ରୁ ଆରମ୍ଭ ହୋଇ ୫ ଦିନ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦେଖି ପରୀକ୍ଷା ସୂଚୀ ଓ କେନ୍ଦ୍ର ଧାର୍ଯ୍ୟ କରାଯିବ। କେତେ ବିଦ୍ୟାର୍ଥୀ ଆବେଦନ କରୁଛନ୍ତି ତା’କୁ ଦୃଷ୍ଟିରେ ରଖି ପରୀକ୍ଷା ସମ୍ବନ୍ଧରେ ନିଷ୍ପତ୍ତି ହେବ। ଛାତ୍ରଛାତ୍ରୀ ପଢୁଥିବା କନି‌ଷ୍ଠ ମହାବିଦ୍ୟାଳୟ ଆସି ସଞ୍ଚାର (ଅନ୍‌ଲାଇନ୍‌)ରେ ନାମ ପଞ୍ଜୀକରଣ କରିପାରିବେ। ଯେଉଁ ବିଦ୍ୟାର୍ଥୀ ପରୀକ୍ଷା ଦେବେ ସେମାନଙ୍କର ପରୀକ୍ଷା ଫଳକୁ ଅନ୍ତିମ ଭାବେ ବିବେଚନା କରାଯିବ। ବିକଳ୍ପ ମୂଲ୍ୟାୟନରେ ମିଳିଥିବା ମାର୍କକୁ ଆଗାମୀ ଦିନରେ ଗଣନା କରାଯିବନି। ଅନ୍ୟପକ୍ଷରେ ପରୀକ୍ଷା ପଦ୍ଧତି ପରିବର୍ତ୍ତନ କରାଯାଇଛି। ସବୁ ବିଷୟରେ ଏହି ଯୁକ୍ତ ଦୁଇ ପରୀକ୍ଷା ହେବନି। କେବଳ ଗୁରୁତ୍ବପୂର୍ଣ୍ଣ ବିଷୟରେ ପରୀକ୍ଷା ହେବ। +୨ରେ ମୋଟ ୧୩୨ଟି ବିଷୟ ହୋଇଥିବାରୁ ସବୁ ବିଷୟରେ ପରୀକ୍ଷା କଲେ ଅଧିକ ସମୟ ସାପେକ୍ଷ ହେବ ସେଥିଯୋଗୁଁ ଏଭଳି ନିଷ୍ପତ୍ତିି ନିଆଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories