www.samajalive.in
Friday, December 12, 2025
19.1 C
Bhubaneswar

କଂଗ୍ରେସର ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଅଖିଳ ଭାରତୀୟ କଂଗ୍ରେସର ଓଡ଼ିଶା ପ୍ରଭାରୀ ଡଃ ଏ ଚେଲା କୁମାରଙ୍କ ଦ୍ୱାରା ଆଜି କଂଗ୍ରେସ ଭବନ ଠାରେ ଆୟୋଜିତ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଛି। ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଥିଲା। ପଂଚାୟତ ରାଜ କମିଟି ଅଧ୍ୟକ୍ଷ ଯଜ୍ଞେଶ୍ଵର ବାବୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଡଃ ଚେଲା କୁମାର ଏହି ପ୍ରଶିକ୍ଷଣ ଶିବିରକୁ ଉଦ୍‌ବୋଧନ ଦେଇ କହିଲେ ଦଳୀୟ ଶୃଙ୍ଖଳା ଅତି ଦୃଢ଼ ଭାବରେ କାର୍ଯ୍ୟକାରୀ କରାଯିବ। ଯିଏ ଯେ କୌଣସି ପଦପଦବୀରେ ଥାଆନ୍ତୁ ନା କାହିଁକି ଦଳୀୟ ଶୃଙ୍ଖଳା ଅମାନ୍ୟକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଶୃଙ୍ଖଳା ପ୍ରଗତିର ପ୍ରଥମ ପାହାଚ। ଶୃଙ୍ଖଳା ବିନା ପ୍ରଗତି ଅସମ୍ଭବ। ବିଶୃଙ୍ଖଳା ସୃଷ୍ଟି କରୁଥିବା କର୍ମୀ ଓ ନେତୃବର୍ଗଙ୍କ ପାଇଁ କଂଗ୍ରେସର ସ୍ଥାନ ନାହିଁ।

ଆସନ୍ତା ଦିନରେ ରାଜ୍ୟ କଂଗ୍ରେସ ସାରା ରାଜ୍ୟରେ ପ୍ରତ୍ୟେକ ଜିଲ୍ଳାର ବ୍ଲକସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିବ। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ପ୍ରଶିକ୍ଷଣ ଶିବିରରେ ସମସ୍ତ ଜିଲ୍ଳା ସଭାପତି ତଥା ବିଭିନ୍ନ ଜିଲ୍ଲା ପର୍ଯ୍ୟବେକ୍ଷକ, ବିଭିନ୍ନ ବିଭାଗ ଓ ପ୍ରକୋଷ୍ଠର ଅଧ୍ୟକ୍ଷମାନଙ୍କୁ କହିଲେ ସାଧୁତା, ନିଷ୍ଠା ଓ ଏକତ୍ର ଭାବ କଂଗ୍ରେସ ଦଳକୁ ସଶକ୍ତ କରିବା ପାଇଁ ଏକାନ୍ତ ଅପରିହାର୍ଯ୍ୟ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କଂଗ୍ରେସ ଦଳକୁ ଅଧିକ କ୍ରିୟାଶୀଳ ଓ ଗତିଶୀଳ କରିବା ଉଦ୍ଦେଶ୍ୟରେ ନିଜର ମତ ରଖି କହିଥିଲେ ଯେ ପ୍ରତ୍ୟେକ କଂଗ୍ରେସ ନେତୃବର୍ଗ ଲୋକମାନଙ୍କ ସହିତ ଅହରହ ଜଡ଼ିତ ରହିବା ଉଚିତ୍। ତତ୍ ସହିତ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ଓ ଦୁର୍ନୀତିକୁ ଲୋକମାନଙ୍କ ଆଗରେ ପର୍ଦାଫାସ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

- Advertisement -

ଦ୍ୱିତୀୟ ପର୍ଯ୍ୟାୟରେ ବିଶିଷ୍ଠ ସ୍ତମ୍ଭକାର ଦାସ ବେନେହୁର, ଗାନ୍ଧୀ ଓ ନେହେରୁଙ୍କ ଆଦର୍ଶ କଂଗ୍ରେସ ସଂଗଠନ ଓ କଂଗ୍ରେସର ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ତତ୍ ସହିତ ପ୍ରଶିକ୍ଷାର୍ଥୀମାନଙ୍କୁ କହିଥିଲେ କଂଗ୍ରେସ ଭାରତବର୍ଷ ପାଇଁ ଅତୀତ ନଥିଲା ଏବଂ କଂଗ୍ରେସର ବର୍ତମାନ ଓ ଭବିଷ୍ୟତ ପାଇଁ ବହୁ ଆବଶ୍ୟକ ଓ ଗୁରୁତ୍ୱ ବହନ କରେ। କଂଗ୍ରେସ ଖାଲି ଏକ ରାଜନୈତିକ ଦଳ ନୁହେଁ, ଏହା ଏକ ଚିନ୍ତାଧାରା। ମିଡିଆ ସେଲର ଅଧ୍ୟକ୍ଷ ଗଣେଶ୍ୱର ବେହେରା ପ୍ରଶିକ୍ଷକମାନଙ୍କୁ କହିଲେ ଯେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ସମସ୍ତ ଜନ ବିରୋଧି ନୀତି ନିଷ୍ପତିକୁ ଅତି କଠୋର ଭାବରେ ପ୍ରତ୍ୟେକ ସ୍ତରରେ ସମାଲୋଚନା କରିବା ସହିତ ଜନସାଧାରଣଙ୍କୁ ଏ ବାବବଦରେ ସଚେତନ କରାଇବା ପାଇଁ ଗୁରୁତ୍ୱାରୋପ କରିଥିଲେ। ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଲେ ଯେ ଆସନ୍ତା ପଂଚାୟତ ନିର୍ବାଚନ ପାଇଁ କଂଗ୍ରେସ ଦଳର ପ୍ରସ୍ତୁତି ତଥା କିଭଳି ଭାବରେ କେଉଁସବୁ ବିଷୟକୁ ଗ୍ରାମାଂଚଳରେ ଉତ୍‌ଥାପନ କରାଯିବ ଏହାର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ସୁଦର୍ଶନ ଦାସ ପଂଚାୟତ ରାଜ ଅନୁଷ୍ଠାନକୁ ଅଧିକ ଶକ୍ତିଶାଳି କରିବା ସହିତ ପଂଚାୟତ ସ୍ତରରେ କଂଗ୍ରେସ ଲୋକମାନଙ୍କ ପାଇଁ ଉତ୍ସର୍ଗୀକୃତ ସେବା କରିବା ନିମନ୍ତେ ଗୁରୁତ୍ୱାରୋପ କରିଥିଲେ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories