www.samajalive.in
Monday, December 8, 2025
14.1 C
Bhubaneswar

ଇତିହାସରେ ପ୍ରଥମ; ଏକ ସଙ୍ଗେ ଶପଥ ନେଲେ ୯ ବିଚାରପତି

ନୂଆଦିଲ୍ଲୀ: ଭାରତର ଇତିହାସରେ ପ୍ରଥମ। ଏକ ସଙ୍ଗେ ଶପଥ ନେଲେ ସୁପ୍ରିମକୋର୍ଟର ୯ ଜଣ ନୂଆ ବିଚାରପତି। ମଙ୍ଗଳବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍‌ ଭେଙ୍କଟ ରମଣ ସେମାନଙ୍କୁ ଶପଥ ପାଠ କରାଇଛନ୍ତି। ୯ ନୂଆ ବିଚାରପତିଙ୍କ ମଧ୍ୟରେ ୩ ଜଣ ମହିଳା ବିଚାରପତି ମଧ୍ୟ ରହିଛନ୍ତି। କରୋନା ନିୟମକୁ ଧ୍ୟାନରେ ରଖି ସୁପ୍ରିମକୋର୍ଟର ଅତିରିକ୍ତ ବିଲ୍ଡିଂ କମ୍ପ୍ଲେକ୍ସର​‌ ସଭାଗାରରେ ପ୍ରଥମ ଥର ପାଇଁ ଏତେ ବଡ଼ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି। ୯ ବିଚାରପତିଙ୍କ ଶପଥ ପରେ ସର୍ବୋଚ୍ଚ ନ୍ୟାୟାଳୟରେ ସିଜେଆଇ ରମଣଙ୍କ ସମେତ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ନିୟମ ଅନୁଯାୟୀ, ସୁପ୍ରିମକୋର୍ଟରେ ସର୍ବାଧିକ ୩୪ ଜଣ ବିଚାରପତି ନିଯୁକ୍ତ ହୋଇପାରିବେ। ଏବେ କେବଳ ଗୋଟିଏ ପଦ ଖାଲି ରହିଛି।

ସୂଚନା ଥାଉକି, ନୂତନ ବିଚାରପତିଙ୍କ ଶପଥ ପାଠ ପ୍ରଧାନ ବିଚାରପତିଙ୍କ କୋର୍ଟ ରୁମରେ କରାଯାଏ। କିନ୍ତୁ କରୋନା କଟକଣାକୁ ଦୃଷ୍ଟିରେ ରଖି ଚଳିତ ଥର ଶପଥଗ୍ରହଣ ସ୍ଥାନକୁ ପରିବର୍ତ୍ତନ କରାଯାଇଛି। ଶପଥ ନେଇଥିବା ୯ ବିଚାରପତି ହେଉଛନ୍ତି, ଜଷ୍ଟିସ୍‌ ଅଭୟ ଶ୍ରୀନିବାସ ଓକା, ଜଷ୍ଟିସ୍‌ ବିକ୍ରମ ନାଥ, ଜଷ୍ଟିସ୍‌ ଜିତେନ୍ଦ୍ର କୁମାର ମାହେଶ୍ଵରୀ, ଜଷ୍ଟିସ୍‌ ହିମା କୋହଲି, ଜଷ୍ଟିସ୍‌ ବିଭି ନାଗରତ୍ନା, ଜଷ୍ଟିସ୍‌ ସିଟି ରବିକୁମାର, ଜଷ୍ଟିସ୍‌ ଏମଏମ ସୁନ୍ଦରେଶ, ଜଷ୍ଟିସ୍‌ ବେଲା ଏମ ତ୍ରିବେଦୀ ଓ ଜଷ୍ଟିସ୍‌ ପିଏସ ନରସିମ୍‌ହା।

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories