www.samajalive.in
Sunday, December 7, 2025
26.1 C
Bhubaneswar

ଜୀବନ ଓ ମୃତ୍ୟୁ ମଝିରେ ଝୁଲୁଥିଲା ଜୀବନ, ତଥାପି ମୋବାଇଲ୍‍ରେ ଖେଳୁଥିଲେ ଗେମ୍‍

ସାଧାରଣତଃ କୌଣସି ଦୁର୍ଘଟଣାରେ ଯଦି କେହି ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଯାଏ, ତେବେ ସେହି ସମୟରେ ସେ ଯନ୍ତ୍ରଣାରେ ଚିତ୍କାର କରିଥାଏ ଓ ଡ଼ାକ୍ତରଖାନା ଯିବାକୁ ସାହାଯ୍ୟ ଲୋଡ଼ିଥାଏ। ହେଲେ ଜଣେ ବ୍ୟକ୍ତିଙ୍କ ଛାତିରେ ଏକ ରଡ଼୍‍ ପଶି ଆରପଟେ ବାହାରି ଯିବା ସତ୍ତ୍ବେ ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ ସେ ନିଜ ମୋବାଇଲ୍‍ରେ ଗେମ୍‍ ଖେଳି ଚାଲିଥିଲେ। ବିଶ୍ୱାସ କରିବା ସହଜ ନହେଲେ ମଧ୍ୟ ଏହା ସତ୍ୟ। ଏହି ବିସ୍ମୟକର ଘଟଣା ଚୀନ୍‍ର ଲିୟୋୟାଙ୍ଗ୍‍ରେ ଘଟିଛି। ଏହି ଅବସ୍ଥାରେ ବ୍ୟକ୍ତିଙ୍କୁ ଦେଖୁଥିବା ଲୋକେ ଭୟଭୀତ ଓ ଚିନ୍ତିତ ଥିବା ବେଳେ ବ୍ୟକ୍ତି ନିଜେ ପ୍ରାୟ ୪ ମିଟର ଲମ୍ବା ଏକ ଲୁହା ରଡ଼୍‍ ନିଜ ଛାତିରେ ଧରି ବସି ଆରାମରେ ଗେମ୍‍ ଖେଳିବାରେ ବ୍ୟସ୍ତଥିଲେ। ଆଶ୍ଚର୍ଯ୍ୟର କଥା, ଇତିମଧ୍ୟରେ ଲୋକମାନେ ସେହି ବ୍ୟକ୍ତିଙ୍କର ଆକୁଳ ଚିତ୍କାର ତ ଦୂରର କଥା ତାଙ୍କ ମୁଖରୁ ଟିକିଏ ହେଲେ ଶବ୍ଦ ଶୁଣିବାକୁ ପାଇନଥିଲେ। ବ୍ୟକ୍ତିଜଣକ ସେହି ଅବସ୍ଥାରେ ପଡ଼ି ରହି ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ।
ଚୀନ୍‍ର ଏହି ଅଧିବାସୀ ଯାଉଥିବା ସମୟରେ ରାସ୍ତା ପାର୍ଶ୍ବରେ ଥିବା ଏକ ରେଲିଂରେ ତାଙ୍କ କାର୍‍ ଧକ୍କା ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ବ୍ୟକ୍ତିଙ୍କ ଛାତିରେ ଏକ ଲୁହା ରଡ଼୍‍ ପଶି ପିଠି ପଟେ ବାହାରି ଯାଇଥିଲା। ପ୍ରଚୁର ରକ୍ତସ୍ରାବ ସତ୍ତ୍ବେ ସେ ଅବିଚଳିତ ଭାବେ ଆମ୍ବୁଲାନ୍ସକୁ ଅପେକ୍ଷା କରି ରହିଥିଲେ। ଏହି ଦୁର୍ଘଟଣାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ବ୍ୟାପିବାରେ ଲାଗିଛି। ଏହି ଭିଡ଼ିଓ ଦେଖି କିଛି ଲୋକ ଏହି ଆହତ ବ୍ୟକ୍ତିଙ୍କ ସାହସର ପ୍ରଶଂସା କରିଛନ୍ତି। ଅନ୍ୟ ପକ୍ଷରେ କିଛି ଲୋକ ଏହାକୁ ମୋବାଇଲ୍‍ ନିଶା ବୋଲି କହିଛନ୍ତି। ଉଦ୍ଧାରକାରୀ ସେହି ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସରେ ନେଇ ଯାଉଥିବା ବେଳେ ମଧ୍ୟ ସେ ଅବିଚଳିତ ଭାବେ ମୋବାଇଲ୍‍ରେ ଗେମ୍‍ ଖେଳି ଚାଲିଥିଲେ। ତେବେ ଏହା ଜଣାପଡ଼ି ନାହିଁ ଯେ ସେ ବ୍ୟକ୍ତି ନିଜ ଧ୍ୟାନ ହଟାଇବା ପାଇଁ ଗେମ୍‍ ଖେଳି ଚାଲିଥିଲେ ନା ସତରେ ତାଙ୍କର ଗେମ୍‍ ନିଶା ରହିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories