www.samajalive.in
Monday, December 8, 2025
27.1 C
Bhubaneswar

ସେପ୍ଟେମ୍ବର ୩୦ ଯାଏ ବଳବତ୍ତର ରହିବ କରୋନା କଟକଣା

ନୂଆଦିଲ୍ଲୀ : ଦେଶର ବିଭିନ୍ନ ରାଜ୍ୟରେ ଏବେ ମଧ୍ୟ କରୋନା ସଂକ୍ରମଣ ବଢି ଚାଲିଛି । ତେଣୁ ଗୃହ ମନ୍ତ୍ରଣାଳୟ ଆସନ୍ତା ମାସ ଶେଷ ପର୍ଯ୍ୟନ୍ତ କୋଭିଡ-୧୯ ପାଇଁ ଆବଦ୍ଧାଞ୍ଚଳ ବ୍ୟବସ୍ଥା ବଳବତ୍ତର ରହିବ ବୋଲି କହିଛନ୍ତି । ଆଜି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଗୃହ ସଚିବ ଅଜୟ ଭାଲା, ଲେଖାଯାଇଥିବା ଚିଠିରେ କେନ୍ଦ୍ର ସରକାର କୋଭିଡ-୧୯ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ କଡା ନିର୍ଦ୍ଦେଶ ଦେବାକୁ କହିଛନ୍ତି । ଗୃହ ମନ୍ତ୍ରଣାଳୟ କହିଛି ଯେ ଜାତୀୟ ସ୍ତରରେ ସାମଗ୍ରିକ ମହାମାରୀ ପରିସ୍ଥିତି ବର୍ତ୍ତମାନ ସ୍ଥିର ଥିବା ଜଣାପଡିଛି । ତଥାପି, କେତେକ ଜିଲ୍ଲାରେ ସମୁଦାୟ ସକ୍ରିୟ ମାମଲା ଏବଂ ଉଚ୍ଚ ସଂକ୍ରମଣ ଚିନ୍ତାର ବିଷୟ ପାଲଟିଛି । ମନ୍ତ୍ରଣାଳୟ କହିଛି ଯେ ନିଜ ଜିଲ୍ଲାରେ ଉଚ୍ଚ ସଂକ୍ରମଣ ଥିବା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଭୁତାଣୁ ସଂକ୍ରମଣକୁ ପ୍ରଭାବଶାଳୀ ଢଙ୍ଗରେ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଉଚିତ୍ । ସଂକ୍ରମଣର ବ୍ୟାପକତାକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଏହି ପତ୍ରରେ ଗୁରୁତ୍ୱାରୋପ କରାଯାଇଛି। ଆବଶ୍ୟକ ସ୍ଥଳେ ଆବଦ୍ଧାଞ୍ଚଳ ଓ ଅଣୁ ଆବଦ୍ଧାଞ୍ଚଳ କାର ସଂକ୍ରମଣ ରୋକିବାକୁ କୁହାଯାଇଛି।
ସେହିପରି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ପ୍ରଶାସନକୁ ଆଗାମୀ ପାର୍ବଣ ଋତୁରେ ବଡ଼ ସମାବେଶ ବା ଜନସମାଗଠାରୁ ଦୂରେଇ ରହିବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ବଡ଼ ସମାବେଶକୁ ରୋକିବା ପାଇଁ ସ୍ଥାନୀୟ କଟକଣା ଲଗାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ପାଞ୍ଚଟି ରଣନୀତି-ଟେଷ୍ଟ-ଟ୍ରାକ-ଟ୍ରିଟ-ଟୀକାକରଣ ଏବଂ କୋଭିଡ ଉପଯୁକ୍ତ ଆଚରଣକୁ ପାଳନ କରିବା ଉପରେ ଧ୍ୟାନ ଜାରି ରଖିବାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପର୍ୟ୍ୟାପ୍ତ ପରିମାଣର କୋଭିଟ ଟିକା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories